ଭୁବନେଶ୍ବର: ସତ୍ୟନଗରସ୍ଥିତ ସେଣ୍ଟ ଜାଭିୟର୍ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଉର୍ବ’ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏଥିରେ ବିର୍ଲା ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟର କୁଳପତି ଅଧ୍ୟାପକ ପପ୍ରମେନ୍ଦୁ ପି. ମାଥୁର୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଗୁରୁତ୍ବ ଉପରେ କହିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଶୀତୁଆ ସଂଧ୍ୟାରେ ମଞ୍ଚ ଉପରେ ଗୀତର ତାଳେ ତାଳେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ରାଜ ଚୌହାନ, ସଂପାଦକ ବିବେକ ଭୁୟାର, ଯୁଗ୍ମ ସଂପାଦକ ଏଲ. ବିସ୍. ରୋଡ୍ରିଗସ୍, ପରିଚାଳନା ସଦସ୍ୟା ଅନୁରାଧା ବିବେକ ଭୁୟାର୍, ଅଧ୍ୟକ୍ଷା ରାଜଲକ୍ଷ୍ମୀ ସ୍ବାଇଁ ଓ ପରିଦର୍ଶିକା ବି. ଅରଭିନ୍ଦା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।