ମଞ୍ଚସ୍ଥ ହେଲା ନାଟକ ‘ଏବଂ ଅଭିମନ୍ୟୁ’

ଭୁବନେଶ୍ବର: ଅଭିମନ୍ୟୁ ମା’ ପେଟରେ ଥାଇ ବି ବାପାଙ୍କଠାରୁ ଚକ୍ରବ୍ୟୂହରେ ପ୍ରବେଶ କଳା ଶିକ୍ଷା କରିଥିଲେ। କିନ୍ତୁ ମା’ ଶୋଇ ପଡ଼ିବାରୁ କେମିତି ଚକ୍ରବ୍ୟୂହରୁ ବାହାରକୁ ବାହାରି ହେବ, ତାହା ଶିଖି ପାରି ନଥିଲେ। ତେଣୁ ମହାଭାରତ ଯୁଦ୍ଧରେ କୌରବଙ୍କ ଚକ୍ରବ୍ୟୂହରେ ଫସି ପ୍ରାଣ ହରାଇଥିଲେ। ମହାଭାରତର ଏଭଳି ଏକ କରୁଣ କାହାଣୀ ‘ଏବଂ ଅଭିମନ୍ୟୁ’କୁ ଜୀବନ୍ତ ଭାବେ ପରିବେଷଣ କରିଥିଲେ ‘ଶତାବ୍ଦୀର କଳାକାର’ର କଳାକାରମାନେ। ଏକ୍ସପ୍ରେସନ୍‌ସ୍‌ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ସମସାମୟିକ ନାଟ୍ୟୋତ୍ସବର ଦ୍ବିତୀୟ ଦିନରେ ମଞ୍ଚସ୍ଥ ଏହି ନାଟକର ରଚନା ଓ ନିଦ୍ଦେର୍ଶନା ଆଲୋକ ଅଗ୍ନିବେଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ନାଟ୍ୟ ସଂଘର ସଭାପତି ହରେନ୍‌ ସାହୁ, ସଂପାଦକ ଲାଲା ବିରେନ୍‌ ରାୟ, ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏକ୍ସପ୍ରେସନ୍‌ସ୍‌ର ସଂପାଦକ ଦେବାନନ୍ଦ ନାୟକ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର