ମଞ୍ଚ କହିବ ଝରାଫୁଲର କାହାଣୀ

ଭୁବନେଶ୍ବର : ମଞ୍ଚ କହିବ ଝରାଫୁଲର ପ୍ରେମ, ପ୍ରଣୟ ଓ ମୃତ୍ୟୁର କାହାଣୀ। ସାରା ଓଡ଼ିଶାକୁ ଆନ୍ଦୋଳିତ କରୁଥିବା ଝରାଫୁଲ ମୃତ୍ୟୁ ରହସ୍ୟ ମଞ୍ଚରେ ଉନ୍ମୋଚିତ ହେବ। ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରା ପ୍ରଦର୍ଶିତ ହେବ କି ନାହିଁ, ସେ ନେଇ ନିଷ୍ପତ୍ତି ଝୁଲି ରହିଥିବା ବେଳେ ଯାତ୍ରା ଦଳଗୁଡ଼ିକ କିନ୍ତୁ ଦର୍ଶକଙ୍କୁ ଆକର୍ଷିତ କରିବାକୁ ଝରାଫୁଲର କାହାଣୀକୁ ନେଇ ଯାତ୍ରା ପ୍ରସ୍ତୁତ କରିସାରିଲେଣି। ଯଦି ଚଳିତ ବର୍ଷ ମେଳାରେ ଯାତ୍ରାକୁ ଅନୁମତି ମିଳେ, ତେବେ ଯାତ୍ରା ଇନ୍ଦ୍ରଭୁବନ ପକ୍ଷରୁ ପରିବେଷିତ ହେବ ଏ ବର୍ଷର ଚର୍ଚ୍ଚିତ ହତ୍ୟାକାଣ୍ଡ ଉପରେ ଆଧାରିତ ନାଟକ ‘ଝରାଫୁଲ’। ସତ୍ୟ ଘଟଣାକୁ ଆଧାର କରି ମନୋଜ ନାୟକଙ୍କ କାହାଣୀ ଆଧାରିତ ଏହି ଯାତ୍ରା ଖଣ୍ଡଗିରି ମେଳାରେ ପରିବେଷଣ ପାଇଁ ପ୍ରସ୍ତୁତ ହେଉଛି। ଲିଲି ଦାସ କାହାଣୀ ରଚନା କରିଥିବା ‌ବେଳେ ନିର୍ଦ୍ଦେଶନା ଦେବେ ଲିଟିଲ ମାଷ୍ଟର ବିନୋଦ ରାଉତ। ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଶୁକ୍ଲା ‌ଦେଇଥିବା ବେଳେ ଅରୁଣ ମନ୍ତ୍ରୀ ଗୀତରଚନା କରିଛନ୍ତି।

ସମ୍ବନ୍ଧିତ ଖବର