ଭୁବନେଶ୍ୱର: ଉଚ୍ଚ ମୂଲ୍ୟ କୋର୍ଟ ଫି’ଷ୍ଟାମ୍ପରେ ଷ୍ଟାମ୍ପ ଭେଣ୍ଡରଙ୍କ କ୍ରୟ/ବିକ୍ରୟ କ୍ଷମତା ଓ କମିସନ ବୃଦ୍ଧି ପାଇଁ ଗତ ୧୦ବର୍ଷ ଧରି ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ଦାବି କରିଆସୁଛି। ମାତ୍ର ଏହାର ଫାଇଲ ବିଧି ବିଭାଗ ଓ ରାଜସ୍ୱ ବିଭାଗରେ ପଡ଼ି ରହିଛି। କୋର୍ଟ ଫି’ ଷ୍ଟାମ୍ପରେ ଫାଇଲ କେଉଁ ବିଭାଗରେ କାର୍ଯ୍ୟକାରୀ ହେବ ତାହା ଜଣାପଡ଼ିନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମହାସଂଘ ପକ୍ଷରୁ ରାଜସ୍ୱ ବିଭାଗ ଓ ବିଧି ବିଭାଗର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା କୁହାଯାଇଛି। ମହାସଂଘର କହିବାନୁଯାୟୀ, ଉଚ୍ଚ ମୂଲ୍ୟର କୋର୍ଟ ଫି’ ଷ୍ଟାମ୍ପରେ ଭେଣ୍ଡର କ୍ରୟ/ବିକ୍ରୟ କ୍ଷମତା ଓ କମିସନ ନ ଥିବାରୁ ଷ୍ଟାମ୍ପ ଭେଣ୍ଡରମାନେ ଟ୍ରେଜେରିରୁ କୋର୍ଟ ଫି’ଷ୍ଟାମ୍ପ କିଣିବାକୁ ଇଛା କରୁ ନାହାନ୍ତି। ଫଳରେ ଓକିଲମାନେ କୋର୍ଟରେ ମାମଲା ରୁଜୁ କରିବା ପାଇଁ ଉଚ୍ଚ ମୂଲ୍ୟର କୋର୍ଟ ପି’ଷ୍ଟାମ୍ପ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥଇପାଇଁ ଗତବର୍ଷ ରାଜ୍ୟର ସମସ୍ତ ଷ୍ଟାମ୍ପ ଭେଣ୍ଡରମାନେ ଷ୍ଟାମ୍ପ ବିକ୍ରି କାର୍ଯ୍ୟ ବନ୍ଦ ରଖିଥିଲେ। ଏହାର ସମାଧାନ ପାଇଁ ରାଜସ୍ୱ ସଚିବ ମହାସଂଘ ସହିତ ଆଲୋଚନା କରିଥିଲେ ହେଁ ଏହାର କୌଣସି ସମାଧାନ ହୋଇପାରି ନାହିଁ। ଯଦି ରାଜ୍ୟ ସରକାର ଏହାର ତୁରନ୍ତ ସମାଧାନ ନ କରନ୍ତି ତେବେ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂପାଦକ ରାମକୃଷ୍ଣ ପରିଡ଼ା ଏକ ପ୍ରେସ୍ ବିବୃତିରେ କହିଛନ୍ତି।
ଷ୍ଟାମ୍ପ ଭେଣ୍ଡରଙ୍କ ବିକ୍ରି କ୍ଷମତା ଓ କମିସନ ବୃଦ୍ଧି
/sambad/media/post_attachments/wp-content/uploads/2018/02/stamp-vendor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)