ପୁରୁଣା ଭୁବନେଶ୍ୱର: ଇ-ଷ୍ଟାମ୍ପକୁ ବିରୋଧ କରି ଓଡ଼ିଶା ଷ୍ଟାମ୍ପ ଭେଣ୍ଡର୍ ମହାସଂଘ ପକ୍ଷରୁ ଆଜି ଭୁବନେଶ୍ୱର ତହସିଲ ଓ ସବରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘର କର୍ମକର୍ତ୍ତାମାନେ ଭୁବନେଶ୍ୱରରେ ଷ୍ଟାମ୍ପ ବିକ୍ରି ବନ୍ଦ କରିବା ସହ ଇ-ଷ୍ଟାମ୍ପ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଥିଲେ। ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପୂର୍ବରୁ ୧ ହଜାରରୁ ଊର୍ଧ୍ବ ଟଙ୍କା ମୂଲ୍ୟର ଇ-ଷ୍ଟାମ୍ପ ବିକ୍ରି ଅନୁମତି ଦେଇ ସରକାର ଷ୍ଟାମ୍ପ ଭେଣ୍ଡର୍ମାନଙ୍କ ପେଟକୁ ଲାତ ମାରିଛନ୍ତି। ଏବେ ପୁଣିଥରେ ମହାସଂଘ ସହ ଆଲୋଚନା ନ କରି ସରକାର ୧ ଟଙ୍କାରୁ ଊର୍ଧ୍ବ ଇ-ଷ୍ଟାମ୍ପ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ବିଶ୍ବାସଘାତ କାର୍ଯ୍ୟ ଯୋଗୁଁ ୩୦ଟି ଜିଲ୍ଲାର ୪ହଜାର ଷ୍ଟାମ୍ପ ଭେଣ୍ଡର୍ ଜୀବିକା ହରାଇବେ। ତେଣୁ ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ମହାସଂଘ ଦାବି କରିଛି। ଆସନ୍ତା ନଭେମ୍ବର ୩ ତାରିଖରେ ଆଗାମୀ ଅନ୍ଦୋଳନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ଆନ୍ଦୋଳନରେ ରାଜଧାନୀର ସମସ୍ତ ଷ୍ଟାମ୍ପ ଭେଣ୍ଡର୍ ସାମିଲ ହୋଇଥିଲେ। ଆଜିର ଏହି ବିକ୍ଷୋଭ ଯୋଗୁଁ ଜୁଡିସିଆଲ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।
ଷ୍ଟାମ୍ପ ଭେଣ୍ଡର୍ ମହାସଂଘର ବିକ୍ଷୋଭ, ୧ ଟଙ୍କାରୁ ଊର୍ଧ୍ବ ଇ-ଷ୍ଟାମ୍ପ ପ୍ରଚଳନକୁ ବିରୋଧ
/sambad/media/post_attachments/wp-content/uploads/2019/11/sf564h49sdf8h7fd98hhhhhhf4h56f4sh56fs4h564sfsfsfsfsfsfsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)