ଭୁବନୋବର: ଚିନ୍ତା ଓ ଚେତନା ପକ୍ଷରୁ ୩୯ତମ ବୈଶାଖୀ ମହୋତ୍ସବ ଆଜିଠାରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ଏହା ତିନି ଦିନ ଧରି ଚାଲିବ। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଘଣ୍ଟ, ହୁଳହୁଳି, ଶଙ୍ଖ ପାଟୁଆ, ଘୋଡ଼ା ନାଚ, ଓଡ଼ିଶୀ ମାଧ୍ୟମରେ ଜଗତର ନାଥ ଜଗନ୍ନାଥଙ୍କୁ ମଞ୍ଚ ଉପରକୁ ପାଛୋଟି ଆଣିବାର ଦୃଶ୍ୟ କିଛି କ୍ଷଣ ପାଇଁ ରଥଯାତ୍ରାର ଭ୍ରମ ସୃଷ୍ଟି କରିଥିଲା। ଏହା ପରେ ଭକ୍ତଙ୍କ ପ୍ରିୟ ଗୀତ ଆସ ଆସ ମୋର କଳା ଠାକୁର... ଭଜନ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ, ସାଂସଦ ଅଚ୍ୟୁତ ସାମନ୍ତ, ଅବସରପ୍ରାପ୍ତ ପ୍ରଶାସକ ସହଦେବ ସାହୁ ଏବଂ ପରମପୂଜ୍ୟ ରାମନାରାୟଣ ମହାରାଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ଚିନ୍ତା ଓ ଚେତନା’ର ମହସଚିବ ସୁରେନ୍ଦ୍ର ଦାସ ଉପସ୍ଥିତ ଥିଲେ।

Advertisment

ଏହି ଅବସରରେ ସାଧନା ମିଶ୍ର, ସହିଦ ମନୋରଞ୍ଜନ ମହାନ୍ତି, ଶ୍ୱେତା ପାରେଖ, ସହିଦ ପ୍ରଦୀପ କୁମାର ପଣ୍ଡା ଏବଂ ପ୍ରତିଭା ପରିଡ଼ାଙ୍କୁ ‘ଚିନ୍ତା ଓ ଚେତନା ବୈଶାଖୀ ପୁରସ୍କାର-୨୦୧୮’ ପ୍ରଦାନ କରାଯାଇଥିଲା। ଅଶ୍ୱିନୀ କୁମାର ସିଂହ, ଅଖିଳେଶ୍ୱର ସିଂ, ସସ୍ମିତାରାଣୀ ସାମନ୍ତ, କମଳ କାନ୍ତ ଶର୍ମା, ହର୍ଷ ବର୍ଦ୍ଧନ, ପୂର୍ଣ୍ଣଶ୍ରୀ ରାଉତ, ଜିତେନ୍ଦ୍ର କୁମାର ପଣ୍ଡା, ପ୍ରେମାଞ୍ଜନ ପରିଡ଼ା, ଅମରନାଥ ମିଶ୍ର, ଘନଶ୍ୟାମ ମହାପାତ୍ର ଏବଂ ଜି.ଏଲ. ଭୂତିଆଙ୍କୁ ‘ଚିନ୍ତା ଓ ଚେତନା ଜାତୀୟ ପୁରସ୍କାର-୨୦୧୮’ରେ ସମ୍ମାନିତ କରାଯାଇଥିଲା। ସଭାଶେଷର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।