ଭୁବନେଶ୍ବର: ଓଡ଼ିଶୀ ନୃତ୍ୟରେ ଦେବୀଙ୍କୁ ଭକ୍ତନୈବେଦ୍ୟ ଢାଳୁଥିଲେ ନୃତ୍ୟଶିଳ୍ପୀବୃନ୍ଦ। ପରେ ପ୍ରଖ୍ୟାତ କୁଚିପୁଡ଼ି ନୃତ୍ୟଶିଳ୍ପୀ ପି. ରମାଦେବୀଙ୍କ ନବରସରେ ରାମାୟଣର ଚିତ୍ରଣ ନୃତ୍ୟନାଟିକା ବେଶ୍ ମନୋରମ ଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରୀତିନନ୍ଦା ରାଉତରାୟ ଓ ସାଥୀଙ୍କ ଦ୍ବାରା ଓଡ଼ିଶୀ ସଙ୍ଗୀତ ପରିବେଷଣ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଶାସ୍ତ୍ରୀୟତା ଭରି ଦେଇଥିଲା। ଅବସର ଥିଲା, ‘କଳିଙ୍ଗୟନ ତୌର୍ଯ୍ୟତ୍ରିକମ୍’ ପକ୍ଷରୁ ଆୟୋଜିତ ଏକାଦଶ ଭରତମୁନି ସମ୍ମାନ ସମାରୋହର। ଦେବୀଙ୍କ ଆରାଧନାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଆଜିର ଉଦ୍ଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ରାଜଶ୍ରୀ ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆୟୋଜିତ ଏହି ସମ୍ମାନ ଉତ୍ସବରେ ଆସନ୍ତାକାଲି ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ପଦ୍ମଭୂଷଣ ଧନଞ୍ଜୟ ଦମ୍ପତିଙ୍କୁ ‘ଭରତ ମୁନି-୨୦୧୯ ସମ୍ମାନ’ରେ ସମ୍ମାନିତ କରାଯିବ। ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ପ୍ରତିଷ୍ଠାତା ତଥା ଆୟୋଜକ ଅଂଶୁମାନ ମିଶ୍ର ଉପସ୍ଥିତ ଥିଲେ। ନୃତ୍ୟଗୁରୁ ପୁଷ୍ପିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଆହ୍ବାନ ନାୟକ ମଞ୍ଚ ସଂଯୋଜନା କରିଥିଲେ।
ଆରମ୍ଭ ହେଲା ଭରତମୁନି ସମ୍ମାନ ସମାରୋହ, ନବରସରେ ରାମାୟଣର ଚିତ୍ରଣ
/sambad/media/post_attachments/wp-content/uploads/2019/12/dg65j4g98dj7dg98jgddddddddddddddddddddddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)