ବାଣିଜ୍ୟ ମେଳା ଆରମ୍ଭ

ଭୁବନେଶ୍ୱର: ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ରାଜଧାନୀ ବାଣିଜ୍ୟ ମେଳା ଆରମ୍ଭ ହୋଇଛି। ଏହା ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ‌ବେହେରା ବାଣିଜ୍ୟ ମେଳାକୁ ଉଦ୍‌ଘାଟନ କରିଛନ୍ତି। ଏହି ମେଳାରେ ୬୦ଟି କର୍ପୋରେଟ୍‌ ଷ୍ଟଲ୍‌ ସମେତ ୨୫୦ ଷ୍ଟଲ୍‌ ରହିଛି। ଏଫ୍‌ଏମ୍‌ସିଜିଠାରୁ ଆରମ୍ଭ କରି କଞ୍ଜ୍ୟୁମର ଡ୍ୟୁରେବଲ୍‌, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଆଇଟି ଉତ୍ପାଦ ଉପଲବ୍ଧ ହେଉଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, ଆସାମ, ଝାଡ଼ଖଣ୍ତ, ଉତ୍ତରପ୍ରଦେଶ, ହରିଆନା ଓ ଦିଲ୍ଲୀର ଆଦି ୧୨ଟି ରାଜ୍ୟର ବ୍ୟବସାୟୀମାନେ ଏଥିରେ ଅ˚ଶଗ୍ରହଣ କରିିଛନ୍ତି। ଏହି ବାଣିଜ୍ୟ ମେଳାରେ ଏକ ଅଟୋ ଏକ୍ସପୋ ମଧୢ ଆୟୋଜନ କରାଯାଇଛି, ଯେଉଁଥିରେ ସୁଜୁକି, ଟିଭିଏସ୍‌, କାଵାସାକି, ହୋଣ୍ଡା, କେଟିଏମ୍‌, ଭେସ୍ପା, ମାରୁତି, ଫକ୍ସଵାଗନ୍‌, ନିସାନ୍‌, ରେନଲ୍ଟ, ହୋଣ୍ଡା, ଟୟୋଟା, ହୁଣ୍ଡାଇ ଆଦିର ଗାଡ଼ି ଉପଲବ୍ଧ ହେଉଛି। ଏଠାରେ ଗ୍ରାହକଙ୍କ ପାଇଁ ଖାଦ୍ୟ ପାନୀୟ ପାଇଁ ସ୍ବତନ୍ତ୍ର ଫୁଡ୍‌ କୋର୍ଟ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ସା˚ସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଅବସରରେ ରାଜଧାନୀ ବାଣିଜ୍ୟ ମେଳା ଆୟୋଜନ କରୁଥିବା ସ˚ଗଠନର ସଦସ୍ୟ ଦେବୀ ପ୍ରସାଦ ଦାଶ, ସଞ୍ଜୀବ ବେହେରା, ଦିଲ୍ଲୀପ ସାହୁ, ନିହାର ପଟ୍ଟନାୟକ ଓ ସୁନୀଲ ମିତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର