ଭୁବନେଶ୍ୱର: ଦୀର୍ଘ ଦିନ ଧରି ସାଲିଆସିହିରେ ବନ୍ଦଥିବା ଡ୍ରେନେଜ୍ କାମକୁ ଚାଲୁ କରିବା ଦାବିରେ ଆଜି ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସକାଳ ପ୍ରାୟ ୮ଟା ସମୟରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ମଇଳାଟାଙ୍କି ସାମ୍ନାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ଜୟଦେବବିହାର-ଏକାମ୍ରକାନନ ରାସ୍ତାରେ ପାଖାପାଖି ୨ଘଣ୍ଟା ଯାତାୟାତ ଠପ୍ ହୋଇଯାଥିଲା।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,ଗତ ବର୍ଷେ ହେବ ଲୟଲା ସ୍କୁଲଠାରୁ ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ ଯାଏଁ ଡ୍ରେନ୍ କାମ ଚାଲିଥିଲା। ହେଲେ ଗତ ୪ ମାସ ହେବ କୌଣସି କାରଣ ନଥାଇ କାମକୁ ଅଧାରୁ ବନ୍ଦ କରିଦିଆଯାଇଛି। ଶ୍ରୀରାମନଗର ଟ୍ରାକ୍ଟର ପଡିଆଠାରେ ଡ୍ରେନ୍ ମୁକୁଳା ପଡ଼ିଥିବାରୁ ନର୍ଦ୍ଦମା ପାଣି ରାସ୍ତାରେ ଜମୁଛି। ଫଳରେ ଡ୍ରେନ୍ ପାଣି ବାହାରକୁ ଯାଇ ନପାରି ଲୋକଙ୍କ ଘରେ ପଶୁଛି। ଦୀର୍ଘ ୪ମାସ ହେବ ଅଞ୍ଚଳର ଗନ୍ଧରେ ଫାଟିପଡ଼ୁଛି। ଏନେଇ ସ୍ଥାନୀୟ କର୍ପୋରେଟର୍ଙ୍କଠାରୁ ଆରମ୍ଭ କରି ବିଏମ୍ସି କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଏହାଛଡ଼ା ଡ୍ରେନ୍ ମୁକୁଳା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଗୋପାଳ ଜେନା ନାମକ ଜଣେ ବ୍ୟକ୍ତି ଡ୍ରେନ୍ରେ ପଡ଼ି ଗୁରୁତର ହୋଇଛନ୍ତି। ତାଙ୍କ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଏଭଳି ବିରୋଧ ପରେ ଆଜି ବିଏମ୍ସି କର୍ତୃପକ୍ଷ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋଙ୍କୁ ବୁଝାସୁଝା କରିବା ସହ ଡ୍ରେନେଜ୍ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ରାସ୍ତାରୁ ଉଠିଥିଲେ।
ଡ୍ରେନେଜ୍ କାମ ଚାଲୁ କରିବା ଦାବିରେ ରାସ୍ତାରୋକ
ପ୍ରତିଶ୍ରୁତି ପରେ ଆନ୍ଦୋନରୁ ଓହରିଲେ ଲୋକ
/sambad/media/post_attachments/wp-content/uploads/2018/06/m9-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)