ଆଜିଠୁ ‘ମଞ୍ଜରୀ’ରେ ପ୍ରଥମ ଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’

ଓଡ଼ିଶାର ଚବିଶ ଘଣ୍ଟିଆ ମନୋରଂଜନ ଚ୍ୟାନେଲ ‘ମଞ୍ଜରୀ’ରେ ଏକ ନିଆରା କାହାଣୀକୁ ନେଇ ପ୍ରସ୍ତୁତ ନୂଆ ମେଗା ଧାରାବାହିକ ‘ମୋ‌ ଦେହେ ବୋଳିଦେ ତୋ ଦେହ କଳା’ ମଙ୍ଗଳବାରରୁ ପ୍ରସାରିତ ହେବ। ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ୭ଟା ୩୦ରେ ଏହାର ପ୍ରସାରଣ ହେବ। ବାପା ମା’ ଛେଉଣ୍ଡ ଝିଅଟିଏ ପିଲା ବେଳୁ ମାମୁଁ ମାଇଁଙ୍କ ପାଖରେ ବଢ଼ୁଥିବା ବେଳେ ତାଙ୍କ ପ୍ର‌ରୋଚନାରେ କିଭଳି ଶରୀରରେ କଳା ବୋଳି ହୋଇ ନିଜର ସୌନ୍ଦର୍ଯ୍ୟକୁ ଲୁଚାଉଛି, ସେହିଭଳି ଏକ ନିଆରା କଥାବସ୍ତୁର ଉପଲବ୍ଧି ପାଇ‌ବେ ଦର୍ଶକ।

ଶ୍ରଦ୍ଧା ପାଣିଗ୍ରାହୀ ଓ ଜ୍ୟୋତିପ୍ରକାଶ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବ‌େଳେ ପ୍ରିୟମ୍ବଦା ରାୟ, ଭୂପତି ତ୍ରିପାଠୀ, ଅକ୍ଷୟ ବସ୍ତିଆ, ଦୁଷ୍ମନ୍ତ ପତି, କେଦାର ମିଶ୍ର, ଅଭୀପ୍‌ସା ଭଂଜ, ସିଲା ତ୍ରିପାଠୀ ପ୍ରମୁଖଙ୍କୁ ଏହି ଧାରାବାହିକରେ ଦେଖିବାକୁ ମିଳିବ। ସାଇ ଶ୍ରଦ୍ଧା ଟେଲି ପ୍ରଡକ୍ସନ୍‌ ପ୍ରଯୋଜନାରେ ପ୍ରସ୍ତୁତ ଏହି ଧାରାବାହିକରେ ରାମକୃଷ୍ଣ ପାଢ଼ୀ ନିର୍ଦ୍ଦେଶନା ଦେଉଛନ୍ତି। ପର୍ଣ୍ଣା ଦାସ ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ଦିଲ୍ଲୀପ ଚୌଧୁରୀ। ଧାରାବାହିକର ଶୀର୍ଷକ ଗୀତ ରଚନା ସହ ସଂଗୀତ ନିର୍ଦେଶନା ଦେଇଛନ୍ତି ରତିକାନ୍ତ ଶତପଥୀ। ଦୀପ୍ତିରେଖା ପାଢ଼ୀ ଏହି ଶୀର୍ଷକ ଗୀତରେ କଣ୍ଠଦାନ କରିଛନ୍ତି।

ସମ୍ବନ୍ଧିତ ଖବର