ଆଜିଠାରୁ ରାଜଧାନୀରେ କବ୍‌ ବୁଲ୍‌ବୁଲ୍‌ ଉତ୍ସବ

ସାମିଲ ହେବେ ୧ ହଜାରରୁ ଊର୍ଧ୍ୱ ସ୍କାଉଟ୍‌ ଆଣ୍ଡ୍‌ ଗାଇଡ୍‌, ନୃତ୍ୟଗୀତରେ କମ୍ପିବ ୟୁନିଟ୍‌-୩ କାର୍ଯ୍ୟାଳୟ

ଭୁବନେଶ୍ୱର: ଭାରତୀୟ ସ୍କାଉଟ୍‌ ଆଣ୍ଡ ଗାଇଡ୍‌ସ ପକ୍ଷରୁ କବ୍‌ ବୁଲ୍‌ବୁଲ୍‌ ଉତ୍ସବ ପାଇଁ ଆଜିଠାରୁ ରାଜଧାନୀର ୟୁନିଟ୍‌-୩ ସ୍କାଉଟ୍‌ ଆଣ୍ଡ୍‌ ଗାଇଡ୍‌ କାର୍ଯ୍ୟାଳୟ ଉତ୍ସବମୁଖର ହୋଇ ଉଠିଛି। ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ସ୍କୁଲରୁ ୫ରୁ ୧୦ ବର୍ଷ ବୟସର ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ ବୋଲି ଜଣାପଡ଼ିଛି। ପ୍ରତିଦିନ ସନ୍ଧ୍ୟାରେ ନୃତ୍ୟ, ସଙ୍ଗୀତ, ନାଟକ ପରି ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାଛଡ଼ା ଉତ୍ସବରେ ଭାଗନେଇଥିବା ଛାତ୍ରଛାତ୍ରୀ ସେମାନଙ୍କ ଦକ୍ଷତା ଦେଖାଇବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ମୁଖା ପ୍ରସ୍ତୁତି, ହସ୍ତଶିଳ୍ପ ପ୍ରସ୍ତୁତି, ଗ୍ରୁପ୍‌ ଡ୍ୟାନ୍ସ ପ୍ରତିଯୋଗିତା, ଜଙ୍ଗଲ ପ୍ଲେ, ଅଡ୍‌ଭେଞ୍ଚର କାର୍ଯ୍ୟକ୍ରମ, ମୀନା ବଜାର, କୁଇଜ୍‌, ପେଣ୍ଟିଂ ଆଦି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର