ଆରମ୍ଭ ହେଲା ରେଡିଓ ଚକଲେଟର ଫ୍ୟାମିଲି ନଂ ୱାନ୍

ଭୁବନେଶ୍ବର: ଆରମ୍ଭ ହୋଇଛି ରେଡିଓ ଚକଲେଟ ପ୍ରସ୍ତୁତ ଫ୍ୟାମିଲି ନଂ ୱାନ୍‌। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମନୋରଂଜନ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ। ଚକଲେଟର ଆର୍‌ଜେମାନେ ବିଭିନ୍ନ ଆପାର୍ଟମେଣ୍ଟ୍‌ ଯାଇ ଗୀତ, ନାଚ ଓ ବିଭିନ୍ନ ଗେମ୍ ସୋ’ ମାଧ୍ୟମରେ ପ୍ରତିଯୋଗିତା କରାଇବେ। ସେମାନଙ୍କ ଭିତରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଫ୍ୟାମିଲି ବିଜେତା ଘୋଷିତ ହେବେ। ବିଜେତାଙ୍କୁ ଟ୍ରଫି ଓ ସମସ୍ତ ପ୍ରତିଯୋଗୀ ପରିବାରକୁ ଉପହାର ପ୍ରଦାନ କରାଯିବ। ବୁଧବାରଠାରୁ ଆରମ୍ଭ ଏହି କାର୍ଯ୍ୟକ୍ରମ ପ୍ରଥମେ ଡମଣା ଛକସ୍ଥିତ କ୍ଲବ୍‌ ଟାଉନ୍‌ରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଆର୍‌ଜେ ଅନିଲ ଓ ଆରଜେ କୋମଲ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ପ୍ରଯୋଜକମାନେ ହେଲେ ହୋମ୍‌ଫିଲ୍‌ସ, ପିଓର୍‌ ସ୍ପାଇସେସ, ଋତ୍ବିକା ଗୋଲ୍ଡ, ସୌକିନ ମାଟ୍ରେସ, ଗୋଡ୍ରେଜ୍‌ ଇଂଟେରିଓ, ଅଙ୍କୁର ମାର୍ଟ, ହାଇଟେକ ମେଡିକାଲ୍‌ କଲେଜ। ଆଗକୁ ଏହି କାର୍ଯ୍ୟକ୍ରମ ବନମାଳୀ ବସେରା, ବ୍ରାଇଟ୍ ରେସିଡେନ୍ସି, ନ୍ୟୁ ଏଜି କଲୋନି, ମନୋରମା ଆପାର୍ଟମେଣ୍ଟ୍‌ରେ ଅନୁଷ୍ଠିତ ହେବ ବୋଲି ରେଡିଓ ଚକଲେଟ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର