ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପବିତ୍ର ରମ୍ଜାନ ମାସ। ଦାନ ଧର୍ମର ମାସ। ଦୁଃଖିରଙ୍କିଙ୍କ ଦୁଃଖ ଓ ଯନ୍ତ୍ରଣାକୁ ହୃଦୟଙ୍ଗମ କରିବାର ମାସ। ଏହା ହେଉଛି ମୁସଲମାନ ସଂପ୍ରଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ଆଦର୍ଶର ମାସ। ଗତକାଲି ସଂଧ୍ୟାରେ ନୂଆ ଚନ୍ଦ୍ର ଦର୍ଶନ ପରେ ଏହି ପବିତ୍ର ମାସର ଆରମ୍ଭ ହୋଇଛି। ଏହା ଆସନ୍ତା ୩୦ ଦିନ ଧରି ଚାଲିବ। ଏହି ସମୟ ମଧ୍ୟରେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସରେ ରହି କଠୋର ବ୍ରତ ପାଳନ କରିଥାନ୍ତି। ସମସ୍ତ ସୁସ୍ଥ ଓ ପ୍ରାପ୍ତ ବୟସ୍କ ବ୍ୟକ୍ତି ଏହି ବ୍ରତ ପାଳନ କରିବାକୁ ବାଧ୍ୟ। ତେବେୁ ଶିଶୁ, ଅସୁସ୍ଥ ବ୍ୟକ୍ତି, ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ପାଇଁ ରିହାତି ରହିଛି। ୟୁନିଟ୍ ୩ ଜାମା ମସ୍ଜିଦ୍ର ସଭାପତି ମହମ୍ମଦ ଶାହ ନଓ୍ଵାଜଙ୍କ ମତରେ ଏହି ବ୍ରତ ଯେତେ କଠିନ, ସେତେ ଆନନ୍ଦ ମଧ୍ୟ ଦେଇଥାଏ।
ରମଜାନକୁ ନେଇ ରାଜଧାନୀରେ ଏବେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭୋର ସମୟରେ ସେହରି ପରେ ଭକ୍ତମାନେ ଶୃଙ୍ଖଳା ସହିତ ରୋଜାର ସମସ୍ତ ନୀତି ନିୟମ ପାଳନ କରନ୍ତି। ରାଜଧାନୀର ବିଭିନ୍ନ ମସଜିଦରେ ନମାଜ ଓ ପବିତ୍ର କୁରାନ ପାଠ ଲାଗି ଭିଡ଼ ଆରମ୍ଭ ହୋଇଯାଇଛି। ଶ୍ରଦ୍ଧାଳୁମାନେ ନିୟମିତ ୫ ଥର ନମାଜ ପାଠ କରିବା ସହିତ ରାତିରେ ସ୍ୱତନ୍ତ୍ର ନମାଜ ‘ତରାବୀ’ ପ୍ରାର୍ଥନା କରନ୍ତି। ଏଥିଲାଗି ମସଜିଦମାନଙ୍କରେ ଅସମ୍ଭବ ଭିଡ଼ ଲାଗିଛି। ଗରିବ ଲୋକଙ୍କ ଯନ୍ତ୍ରଣାକୁ ନିଜେ ଅନୁଭବ କରିବା ପାଇଁ ଏହି କଠୋର ବ୍ରତ ପାଳନ କରାଯାଏ। ଏହି ସମୟରେ ଗରିବଙ୍କୁ ବହୁ ଦାନ, ଧର୍ମ କରିବାର ନିୟମ ରହିଛି। ଦୀର୍ଘ ୨୯/୩୦ ଦିନ ଧରି ଏହି ବ୍ରତ ଚାଲିବା ପରେ ‘ଇଦ୍’ ଦିନ ଏହାର ଅବସାନ ହୋଇଥାଏ।
ଆରମ୍ଭ ହେଲା ପବିତ୍ର ରମ୍ଜାନ ମାସ
/sambad/media/post_attachments/wp-content/uploads/2018/05/Ram.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)