ଭୁବନେଶ୍ବର: ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଅଂଶୀଦାର ହେବା ସହ ଅବହେଳିତଙ୍କୁ ସହଯୋଗର ହାତ ବଢ଼ାଇବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଛି ସାମାଜିକ ଅନୁଷ୍ଠାନ ‘ସୁଯୋଗ’। ଗଜପତି ମହାରାଜ ଦିବ୍ୟସିଂହ ଦେବ, ଋଷିକେଶର ସ୍ବାମୀ ନିର୍ଲିପ୍ତାନନ୍ଦ ମହାରାଜ, ସ୍ବାମୀ ଶିବଚିଦାନନ୍ଦଙ୍କ ଶୁଭାଶିଷ ସହ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟରେ ଏହାର ଶୁଭାରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୬୦ଜଣ ଗରିବ ପରିବାରର ପିଲାମାନଙ୍କୁ ପୋଷ୍ୟ ଛାତ୍ର ଭାବେ ଗ୍ରହଣ କରାଯାଇଛି। ଗରିବ ଓ ନିଷ୍ପେସିତଙ୍କୁ ଦୃଷ୍ଟିରେ ରଖି ଡ. ତପନ କୁମାର ଚାନ୍ଦ କିଛି ପିଲାଙ୍କୁ ପୋଷ୍ୟ ଛାତ୍ର ଭାବେ ଗ୍ରହଣ କରିଛନ୍ତି। ଏଥିସହ ପ୍ରମୋଦ କୁମାର ଦାସଙ୍କ ପରିଚାଳିତ ସଂସ୍ଥା ‘ମଦର’ ଓ ଅନ୍ୟ ସାମାଜିକ ସଂସ୍ଥା ଦୃଷ୍ଟିବାଧିତ ଓ ଅନାଥ ଶିଶୁଙ୍କ ପାଇଁ କୋଭିଡ୍ ସହଯୋଗ ଶିବିର ଆୟୋଜନ କରିଥିଲେ। ରୋଟାରିଆନ ଜୟଶ୍ରୀଙ୍କ ନେତୃତ୍ବରେ ଏକ ୱେବିନାର୍ ଆୟୋଜିତ ହୋଇଥିଲା। ସୁଶ୍ରୀ ଦାସମହାପାତ୍ରଙ୍କ ଅଚ୍ୟୁତାନ୍ତ ଟ୍ରଷ୍ଟ, ୱାଲେଟ୍ ୱେଲ୍ଥ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ସହଯୋଗ ଯୋଗାଇ ଦିଆଯାଇଛି। ଏହି ଅବସରରେ ଚନ୍ଦ୍ରଜିତ ପତି, ହୃଷୀକେଶ ବେହେରା, ଶୁଭେନ୍ଦୁ ଦାସ, ଅକ୍ଷୟ ବେହେରା, ନମିତା ଦାସ, ଅମିୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଆରମ୍ଭ ହେଲା ‘ସୁଯୋଗ’: ୬୦ ଗରିବ ମେଧାବୀ ଛାତ୍ରଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲା ସୁଯୋଗ
/sambad/media/post_attachments/wp-content/uploads/2020/02/exam_students_mp_board_social-750x430.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)