ଭୁବନେଶ୍ବର: ଓଡ଼ିଶାରେ ଷ୍ଟାର୍ଟ-ଅପ୍‌ ସ୍ପିରିଟ୍‌କୁ ବଜାୟ ରଖିବା ଉଦ୍ଦେଶ୍ୟରେ ଜୀ ମିଡିଆ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ କରାଯାଇଛି। ଜୀ-ଓଡ଼ିଶା ପକ୍ଷରୁ ରାଇଜ୍‌-ଷ୍ଟାର୍ଟଅପ୍‌ ଟୁ ୟୁନିକର୍ଣ୍ଣ ନାମକ ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଏକ ହୋଟେଲରେ ଆୟୋଜିତ ହୋଇଯାଇଛି।

Advertisment

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ଜୀ-ଓଡ଼ିଶାର ରେସିଡେଣ୍ଟ୍‌ ଏଡିଟର୍‌ କଳ୍ପତରୁ ଓଝା ଏବଂ ମୁଖ୍ୟ ଆକର୍ଷଣ ଭାବେ ଅଭିନେତା ପୁପିନ୍ଦର, ଅଭିନେତ୍ରୀ ଶୀତଲ ଓ ଶିବାନୀ ସଂଗୀତା ଯୋଗ ଦେଇଥିଲେ।

ଉଦ୍‌ଘାଟନୀ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ଦାଶ ଜୀ ଓଡ଼ିଶାର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ରାଜ୍ୟରେ ଉଦ୍ୟୋଗୀମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ପଦକ୍ଷେପ, ରାଜ୍ୟରେ ଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ବତ ଯୋଶୀଙ୍କ ଟିମ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ବିଭିନ୍ନ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜୀ ମିଡିଆର ସିଇଓ ପୁରୁଷୋତ୍ତମ ବୈଷ୍ଣବ ଓ ପରିଚାଳନା ସମ୍ପାଦକ ସମସେର୍‌ ସିଂହ ଉପସ୍ଥିତ ଥିଲେ।