ଭୁବନେଶ୍ୱର: ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଆସନ୍ତା ୨୯ରୁ କଳାବ୍ୟାଜ୍ ପରିଧାନ କରିବାକୁ ନିଷ୍ପତି ନେଇଛି। ୫ଦଫା ଦାବି ନେଇ ସଂଘ ଏହି ଆନ୍ଦୋଳନକୁ ଓହ୍ଲାଇଥିବା କହିଛି। ଆଜି ନେହୁରୁ ଯୁବ କେନ୍ଦ୍ର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଉପେନ୍ଦ୍ର ରଣା କହିଲେ, ରାଜ୍ୟବାସୀଙ୍କ କ୍ଷୀର ମାଂସ,ଅଣ୍ଡାର ଚାହିଦା ମେଣ୍ଟାଇବା ଓ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବାରେ ପ୍ରାଣୀପାଳନ ଏକମାତ୍ର ବିକଳ୍ପ ପନ୍ଥା । ୨୦୦୨ ମସିହା ପରଠାରୁ ପ୍ରାଣୀପାଳନ କ୍ଷେତ୍ରରେ ୧୦ମ ଓ ୧୧ତମ ପଞ୍ଚବାର୍ଷିକ ଯୋଜନାରେ ସରକାର ହାତକୁ ନେଇଥିବା ବିଭିନ୍ନ ଯୋଜନାକୁ ସାକାର କରିବାରେ ପାଇଁ ପ୍ରାଣୀଧନ ନିରୀକ୍ଷକ ମାନଙ୍କ ଦାୟିତ୍ୱ ବଢ଼ିଛି। ମାତ୍ର ସଂଘର ବହୁ ସମସ୍ୟାର ସମାଧାନ ହୋଇପାରି ନାହିଁ। ସପ୍ତମ ବେତନ କମିଶନଙ୍କ ଦ୍ୱାରା ସୁପାରିଶ ଦରମା ନିର୍ଧାରଣରେ ଥିବା ଅସଙ୍ଗତିର ଦୂର କରି ବେତନ ହାର ୫ହଜାରରୁ ୨୦,୦୦୦ ସହିତ ଗ୍ରେଡ୍ ପେ୨,୮୦୦ ପ୍ରଦାନ କରାଯାଉ। ସପ୍ତମ ବେତନ କମିସନ ଦ୍ୱାରା ନିର୍ଧାରିତ ପେ ମେଟ୍ରିକ୍ସର ଲେବଲ ୮ରେ ୨୯,୦୦୦ର ପ୍ରାରମ୍ଭିକ ଦରମା ୨୦୧୬ ପହିଲାରୁ ଲାଗୁ କରିବାକୁ ସଂଘ ଦାବି କରିଛି । ସମସ୍ତ ପ୍ରାଣୀଧନ ନିରୀକ୍ଷକମାନଙ୍କର ଡିପ୍ଲୋମା ମାନ୍ୟତା ପ୍ରଦାନ ଓ ପ୍ରଚଳିତ ଡିପ୍ଲୋମା ପାଠ୍ୟକ୍ରମର ନାମକରଣ କରିବା, ପ୍ରାଣୀଧନ ନିରୀକ୍ଷକ କ୍ୟାଡରର ପୁନର୍ଗଠନ ଓ କାର୍ଯ୍ୟସାରଣୀ ସଂଶୋଧନ, ପ୍ରାଣୀଧନ ନିରୀକ୍ଷକମାନଙ୍କର ନିଯୁକ୍ତି ନିୟମର ସଂଶୋଧନ, ଚୁକ୍ତିଭିତ୍ତିକ ପ୍ରାଣୀଧନ ନିରୀକ୍ଷକମାନଙ୍କର ଚୁକ୍ତିଭିିତ୍ତିକ ନିଯୁକ୍ତି ସମୟକୁ ଏମଏସିପି କ୍ଷେତ୍ରରେ ନିୟମିତ ଭାବେ ଚାକିରି ଗଣନା କରିବାକୁ ସଂଘ ଦାବି କରିଛି। ସରକାର ଏହି ଦାବି ପ୍ରତି ବିଚାରକରି ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା ୨୯ରୁ ସଂଘର କର୍ମକର୍ତା କଳାବ୍ୟାଜ ପରିଧାନ ଓ ଫେବ୍ରୁଆରି ୧୨ରେ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଥିବା ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ କହିଛନ୍ତି।
ରାଜ୍ୟ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଆନ୍ଦୋଳନ ୨୯ରୁ
/sambad/media/post_attachments/wp-content/uploads/2018/01/web_photo_whitepeople_6416.jpg)