ଭୁବନେଶ୍ବର: ଅନ୍ତର୍ଜାତୀୟ ୱାକର୍ସ କ୍ଲବର ଚତୁର୍ଥ କ୍ୟାବିନେଟ୍ ଏବଂ ୧୮ତମ ଅଧିବେଶନ ସ୍ଥାନୀୟ ଭାରତ ସ୍କାଉଟ୍ ଓ ଗାଇଡ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ୱାକର୍ସ କ୍ଲବର ଅଧ୍ୟକ୍ଷ ଏମ୍ଭି ନେତାଜୀ ସୁଵା ରେଡି ଯୋଗଦେଇ ଏମଜିଏଫ ୧୦୪ ଜିଲ୍ଲାର କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଆହୁରି ବହୁ ସଂଖ୍ୟାରେ ନାଗରିକଙ୍କୁ ଏଥିରେ ସାମିଲ କରିବା ପାଇଁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କେସି ରେଡ୍ଡୀ, ଇପି ରାଓ, ଟି. ଜୟରାମ, ବାଲରାମିଆ ନାଇଡୁ, ଅନ୍ୟତମ ଅତିଥି ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମୁକ୍ତିକାନ୍ତ ଅଗସ୍ତି ଯୋଗ ଦେଇ ଅନୁଷ୍ଠାନର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା-୧୦୪ର ଗଭର୍ଣ୍ଣର ପ୍ରଦୀପ୍ତ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲ୍ଲା-୧୦୪ ଅଧୀନସ୍ଥ କେନ୍ଦୁଝର, ହରିଚନ୍ଦନପୁର, କଟକ, ଭୁବନେଶ୍ୱର, କୋରାପୁଟ, ଜୟପୁର, ରାୟଗଡ଼ା ଏବଂ ସେମିଳିଗୁଡ଼ା ସହ ନେଲ୍ଲର ଏବଂ ବିଶାଖାପାଟଣା ଆଦିରୁ ପ୍ରାୟ ୨୭ଟି କ୍ଲବର ୨୧୦ଜଣ ୱାକର୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଏକାମ୍ର ଏବଂ ଜୟଦେବ ୱାକର୍ସ କ୍ଲବ ଦ୍ବାରା ପରିଚାଳନା କରାଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp