ମଞ୍ଚ ଦୁଲୁକେଇଲେ ତାରକା: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ

ଉତ୍କଳ ମଣ୍ଡପରେ ଅନୁଷ୍ଠିତ ରାଜ୍ୟ ଚଳଚ୍ଚିତ୍ର ଉତ୍ସବରେ ଭରପୂର ମନୋରଂଜନ କରିଥିଲେ ତାରକା ଶିଳ୍ପୀବୃନ୍ଦ। ସଂପ୍ରତି ଚର୍ଚାରେ ଥିବା ରୁଦ୍ର-ଜିନାଙ୍କ ଯୋଡ଼ି ଏବଂ ସ୍ୱରାଜ-ଭୂମିକା ଯୋଡ଼ିଙ୍କ ଦମ୍‌ଦାର ନୃତ୍ୟରେ ମତୁଆଲା ହୋଇଥିଲେ ଦର୍ଶକ। ସବୁଠୁ ଆକର୍ଷଣୀୟ ଥିଲା ବାବୁଙ୍କ ନୃତ୍ୟ ସଂଯୋଜନାରେ ବର୍ଷା ଡ୍ୟାନ୍ସ ଗ୍ରୁପ୍‌ର ଧୁମଧଡ଼ାକା ନୃତ୍ୟ। ପୁଣି ବାଙ୍କୁ, ଦେବୁବ୍ରହ୍ମା, ଜୀବନ ପଣ୍ଡା, ହାଡ଼ୁ, ଅମରଙ୍କ ଯାଦୁକରୀ କମେଡି ଦର୍ଶକଙ୍କ ମନ କିଣି ନେଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କୁନା ତ୍ରିପାଠୀ ଓ ସୁଲଗ୍ନା ରାଉତରାୟ।

ଏ ପୁରସ୍କାର ଯୁବପିଢ଼ିର କଣ୍ଠଶିଳ୍ପୀଙ୍କୁ ଉତ୍ସାହିତ କରିବ: ପ୍ରଣବ

ମୋ ଭଳି ଜଣେ କଣ୍ଠଶିଳ୍ପୀଙ୍କୁ ଏ ପୁରସ୍କାର ମିଳିବା ଅର୍ଥ ସଂଗୀତ ଓ କଣ୍ଠ ଜଗତକୁ ଏକ ବଡ଼ ସ୍ୱୀକୃତି ବୋଲି ମୁଁ ଭାବୁଛି। ଏହା କେବଳ ମତେ ଆନନ୍ଦ ଦେଉନି ବରଂ ଆଜିର ଦିନରେ ଗୀତ ଗାଉଥିବା ଯୁବପିଢ଼ିଙ୍କୁ ମଧ୍ୟ ଏହି ପୁରସ୍କାର ଉତ୍ସାହିତ ଓ ପ୍ରେରିତ କରିବ ବୋଲି ମୁଁ ଆଶା କରୁଛି। ମତେ ଏ ପୁରସ୍କାର ନିଶ୍ଚିତ ଭାବେ ଗଭୀର ଆନନ୍ଦ ଦେଇଛି। ପୁଣି ସଂଗୀତରେ ମଜ୍ଜି ରହିବା ପାଇଁ ଆଦେଶ ଦେଇଛି। ଆଉ ଶେଷ ଯାଏ ମୋ ଗଳା ଥମିବା ପର୍ଯ୍ୟନ୍ତ କଣ୍ଠରୁ ଗୀତ ନିଗୁଡ଼ିଥିବ ବୋଲି କଥା ରଖୁଛି।

ମୋ ପୁରସ୍କାର ଅଭିରାମଙ୍କୁ ଶ୍ରଦ୍ଧାଞ୍ଜଳି: ମହାଶ୍ୱେତା ରାୟ

ଏଭଳି ସମୟରେ ମୁଁ ପାର୍ଶ୍ୱ ଅଭିନେତ୍ରୀ ଭାବେ ‘ଦେଲେ ଧରା କଥା ସରେ’ ଚଳଚ୍ଚିତ୍ର ପାଇଁ ପୁରସ୍କାର ପାଇବା ନିଶ୍ଚିତ ମୋ ପାଇଁ ଖୁସି ଆଣିଛି। ଚଳଚ୍ଚିତ୍ର ସହ ସମ୍ପୃକ୍ତ କ୍ୟାମେରାମ୍ୟାନ୍‌ ଅଭିରାମ ଏବେ ଆଉ ନାହାନ୍ତି। ତେଣୁ ଏହି ପୁରସ୍କାର ମୋର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ। ମୁଁ କେବେ ବି କୌଣସିଥିରେ ସଂପୃକ୍ତି ରଖେନି କି ମୁହଁ ଖୋଲେନି। କିନ୍ତୁ ଯେବେ ପୁନଃବିଚାରକୁ ନେଇ ପ୍ରଶ୍ନ ଉଠେଇଲି ସେତେବେଳେ ମୋ ଦର୍ଶକଙ୍କଠାରୁ ଯେତିକି ଭଲ ପାଇବା ଓ ସମର୍ଥନ ମିଳିଛି ତାହା ମୁଁ ଭୁଲି ପାରିବିନି।

ପୁରସ୍କାର ମୋ ଶ୍ରୋତାଙ୍କୁ ସମର୍ପିତ: ସୁବ୍ରତ ସ୍ୱାଇଁ

‘ଅଗସ୍ତ୍ୟ’ ସିନେମାରେ ‘ଧୀରେଧୀରେ ଭଲ ପାଇଗଲି…ଗୀତ ପାଇଁ ଶ୍ରେଷ୍ଠ ଗୀତିକାର ସମ୍ମାନ ପାଇଛନ୍ତି ଗୀତିକାର ସୁବ୍ରତ ସ୍ୱାଇଁ। ‘ସମ୍ବାଦ’ରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଶ୍ରୀ ସ୍ୱାଇଁ ପୂର୍ବରୁ ମଲ୍‌କା ମଲ୍‌କା.. ‘ଚାଲ କରିବା ଠିଆ ପାଲା.., ରବା ରବା.., ଏମିତି ଏଇ ସମୟ, ଓରେ ପିୟା, ଯଦି ଏଇ ଜୀବନରେ..ଭଳି ଅନେକ ଲୋକପ୍ରିୟ ଗୀତ ରଚନା କରି ଯୁବପିଢ଼ିଙ୍କ ମଧ୍ୟରେ ଏକ ପରିଚିତି ନାଁ ପାଲଟିିଛନ୍ତି। ସେ ଏହି ପୁରସ୍କାର ତାଙ୍କର ଶ୍ରୋତାମାନଙ୍କୁ ସମର୍ପିତ କରିଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ସଂଗୀତ ନିର୍ଦେଶକ ପ୍ରେମ୍‌ ଆନନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି।

 

ଆହୁରି କଳାତ୍ମକ ଚଳଚ୍ଚିତ୍ର କରିବି: ଲିପି

????????????????????????????????????

‘ବାର୍ଡ ଗାର୍ଲ’ ଓ ‘ତୁ ମୋରି ପାଇଁ’ ଚଳଚ୍ଚିତ୍ର ପାଇଁ ମୁଁ ବି ଏହି ସମ୍ମାନ ପାଇବାକୁ ଆଶାବାଦୀ ଥିଲି। ତେବେ ‘ମୀମାଂସା’ ପାଇଁ ମତେ ଏତେ ବଡ଼ ସମ୍ମାନ ମିଳୁଥିବାରୁ ଜୁରି ସଦସ୍ୟଙ୍କୁ ସାଧୁବାଦ। ମୁଁ ଏବେ ବି ସେଇଭଳି ଆହୁରିି କଳାତ୍ମକ ଚଳଚ୍ଚିତ୍ରରେ ମନୋନିବେଶ କରିବା ପାଇଁ ନିଶ୍ଚିତ କରିଛି। ଯେତେବେଳେ ଚଳଚ୍ଚିତ୍ର ନିର୍ମାଣ ବେଳେ କିଛି ଅଘଟଣ ଘଟେ କି ମତେ ବହୁତ ପରିଶ୍ରମ ପଡ଼େ ସେତେବେଳେ ସେଇଠି ସୁଟିଂ ସେଟ୍‌ରେ ମତେ କୁହାଯାଏ ଏହାର ପ୍ରତିଦାନ ତୁମକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭାବେ ମିଳିବ। ତେଣୁ ମୁଁ ବହୁତ ଆଶାବାଦୀ ଥିଲି ବୋଲି କହିଛନ୍ତି ଲିପି।

ସମ୍ବନ୍ଧିତ ଖବର