ଭୁବନେଶ୍ବର: ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଦୁଇ ଦିନ ଧରି ଆୟୋଜିତ ୧୭ତମ ରାଜ୍ୟ ବରିଷ୍ଠ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ପୁରୀର ଅନିଲ ଗୋଛିକାର (୭୫ କେଜି) ବିଜେତା ହୋଇ ‘ମିଷ୍ଟର ଓଡ଼ିଶା’ ଉପାଧି ପାଇଥିଲେ। ୯ଟି ଓଜନ ବର୍ଗରେ ପ୍ରାୟ ୨୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଓଜନ ବର୍ଗରେ କୁମାର ସିଦ୍ଧାର୍ଥ, ସଂଗ୍ରାମ ମୁଣ୍ଡା, ବିଜୟ କୁମାର ସାହୁ, ଜଗନ୍ନାଥ ଖୁଣ୍ଟିଆ, ସୌମ୍ୟରଂଜନ ସେଠୀ, ରଶ୍ମିରଂଜନ ସାହୁ, କୁମାର ଭରତ ଓ ସୁଜିତ କୁମାର ଜେନା ପ୍ରଥମ ସ୍ଥାନରେ ରହିଥିଲେ। ମେନ୍ସ ଫିଜିକ୍ ଫିଟ୍ନେସ୍ରେ ରମଣ ରତନ ଦାସ ପ୍ରଥମ ସ୍ଥାନରେ ରହିଥିଲେ। ସେହିଭଳି ମହିଳା ମଡେଲ ଫିଟ୍ନେସ୍ରେ ଶିବାନୀ ଦାସ, ଜ୍ୟୋତ୍ସ୍ନାରାଣୀ ରାଉତରାୟ ଓ ରିୟା ଦାସ ପ୍ରଥମ ତିନି ସ୍ଥାନରେ ରହି ପୁରସ୍କାର ପାଇଥିଲେ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାପତି ପ୍ରେମଚାନ୍ଦ ଡେଗ୍ରା, ପୁଲିସ ମହାନିର୍ଦେଶକ (ଇଣ୍ଟେଲିଜେନ୍ସି) ସତ୍ୟଜିତ ମହାନ୍ତି, ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। ବାବୁଲି ସ୍ବାଇଁ, ରେଣୁ ଚାଟାର୍ଜୀ, ଅଜୟ ମହାପାତ୍ର, ଭାରତୀ କୃଷ୍ଣ ବ୍ରହ୍ମା, ଉମାଚରଣ ଶତପଥୀ, ଲଲାଟେନ୍ଦୁ ପାତ୍ର, ମନ୍ମଥ ମିଶ୍ର, ସଂଜୟ ଶତପଥୀ ବିଚାରକ ଥିଲେ। ପଙ୍କଜ ପ୍ରତିହାରୀ, ବିନୋଦ ମହାରଣା, ବିବେକାନନ୍ଦ ବାରିକ, ଜିତେନ୍ଦ୍ର କୁମାର ଜେନା ଷ୍ଟେଜ୍ ମାର୍ସାଲ ଦାୟିତ୍ବ ନିର୍ବାହ କରିଥିଲେ।
ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଉଦ୍ଯାପିତ: ଅନିଲ ‘ମିଷ୍ଟର ଓଡ଼ିଶା’
/sambad/media/post_attachments/wp-content/uploads/2020/02/fhfshsf5h64sf98h7fs89h784f65h4fs65hsfhsfhsfhsfhshfhsfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)