ଭୁବନେଶ୍ୱରରେ ସରକାରୀ କର୍ମଚାରୀ ପରିଚୟ ପତ୍ର ଦେଖାଇ ଅଫିସ ଯାଇପାରିବେ: ସିପି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାରୀ କର୍ମଚାରୀ କେବଳ ନିଜର ପରିଚୟ ପତ୍ର ଅଥବା ନିଜ ମୁଖ୍ୟ କାର୍ଯ୍ୟାଳୟର ଚିଠି ପୁଲିସକୁ ଦେଖାଇ ଯାଇପାରିବେ । ସେମାନଙ୍କୁ ଗାଡ଼ି ପାଇଁ କୌଣସି ପାସର ଆବଶ୍ୟକତା ନାହିଁ । ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି ।

ପୁଲିସ କମିସନର କହିଛନ୍ତି, ଭୁବନେଶ୍ୱରରେ ଆଇଟି କମ୍ପାନିର କର୍ମଚାରୀମାନେ ଘରୁ ରହି କାମ କରନ୍ତୁ । ସେମାନେ ମାତ୍ର ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସରେ କାମ କରନ୍ତୁ । ସେମାନେ କମ୍ପାନିର ପରିଚୟ ପତ୍ର ଦେଖାଇ ସେମାନଙ୍କର କାର୍ଯ୍ୟାଳୟକୁ ଯାଇପାରିବେ ।

କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଭୁବନେଶ୍ୱରରେ ଗୃହମନ୍ତ୍ରାଳୟର ଆଦେଶ ଅନୁସାରେ ଅଫିସକୁ ଯାଇପାରିବେ । ଅନ୍ୟ କର୍ମଚାରୀମାନେ ୩୦ ପ୍ରତିଶତ ଅଫିସରେ ଡିୟୁଟି କରିବେ । ସେମାନେ ନିଜର ଅଫିସ ପରିଚୟ ପତ୍ର ଦେଖାଇ ଯାଇପାରିବେ । ଗାଡ଼ି ପାଇଁ ସେମାନଙ୍କୁ ପାସର ଆବଶ୍ୟକତା ନାହିଁ । ଲକଡାଉନ ସମୟରେ ପୁଲିସ ୨୯୪ ଜଣଙ୍କ ଠାରୁ ଜରିମାନା ଆଦାୟ କରିଛି ବୋଲି କହିଛନ୍ତି ପୁଲିସ କମିସନର ।

ସମ୍ବନ୍ଧିତ ଖବର