ଭୁବନେଶ୍ବର: ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ଉପନକିଷ୍ଠ ଏବଂ କ୍ୟାଡେଟ୍ ଜୁଡ଼ୋ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ମନୋନୟନ ହୋଇଛି। ରାଜ୍ୟ ଜୁଡ଼ୋ ସଂଘ ଓ ଭୁବନେଶ୍ବର ଜୁଡ଼ୋ ସଂଘର ମିଳିତ ଆନୁକୂଲ୍ୟରେ ଭଞ୍ଜ କଳାମଣ୍ଡପସ୍ଥିତ ରାଜ୍ୟ ଜୁଡ଼ୋ ହଲ୍ରେ ଗତ ଶୁକ୍ରବାର ଚୟନ ପ୍ରକ୍ରିୟା ଶେଷ ହୋଇଥିଲା। ଏହାକୁ ରାଜ୍ୟ ସଂଘର ସିଇଓ ଗୀତାଞ୍ଜଳି ପଣ୍ଡା, ବୈଷୟିକ ସଂପାଦକ କନ୍ଦନ ମୁର୍ମୁ, ବସନ୍ତ ପଲେଇ, ସାଗର ଜେନା, ବିଶ୍ବଜିତ ମାହାରୀ, ଲମ୍ବୋଦର ପତି, ଦେବେନ ଜୈନ, ଊର୍ମିଳା ସାହୁ, ରାଜେଶ ସାହୁ, ପଭାସିନୀ ବରାଳ, ଛବିଲାଲ ମାଝୀ, ତନୁଜା ଛତ୍ରିଆ, ଲକ୍ଷ୍ମଣ ସିଙ୍କୁ, ଅଞ୍ଜଳି ସାହୁ ପ୍ରମୁଖ ପରିଚାଳନା କରିଥିଲେ।
ଏଥିରେ ସମସ୍ତ ଜିଲ୍ଲାରୁ ୧୨୭ ପ୍ରତିଯୋଗୀ (ବାଳକ ଓ ବାଳିକା) ଭାଗ ନେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଜାତୀୟ ପ୍ରତିଯୋଗିତାକୁ ବିଭିନ୍ନ ଓଜନ ବର୍ଗରେ ୩୦ ଜଣ ମନୋନୀତ ହୋଇଛନ୍ତି। ମନୋନୀତ ଜୁଡ଼ୋକାମାନେ ହେଲେ ଉପକନିଷ୍ଠରେ ବାସନ୍ତି ସିଂହ ଖୁଣ୍ଟିଆ, ଅନିତା ମାଝୀ, ପୂଜା ପୂଜାରୀ, ବିଜୟିନୀ ନାଏକ, ଲକ୍ଷ୍ମୀ ବର୍ମନ, ଲିଜା ବର୍ମନ୍, ଲୋତନ ଦାସ, ସାରା ମହାପାତ୍ର, ଊର୍ଜା ଦାଶ, ସୁବାସ ମୁଣ୍ଡା, ନିଖିଳ କୁମାର ସାହୁ, ତିମତି ଗମାଙ୍ଗ, ପପୁନା କହଁର, ଏସ୍ କ୍ରିଷ୍ଣା ରେଡୀ, ରତ୍ନାକର ମହାକୁଡ଼, ଦେବଦତ୍ତ ରୟ, ଅର୍ମାନ ପଣ୍ଡା, ସାସ୍ବତ ଧଳ, କ୍ୟାଡେଟ୍ରେ ଦେବାସିନୀ ପିଙ୍ଗ୍, ଆଶାରାହିଲ କିସ୍ପଟା, ରାଇମଣୀ ସୋରେନ, ଡୁଲି ମୁର୍ମୁ, ମନୀଷା ନୟନ, ସୁଚିତ୍ରା ମୁଣ୍ଡା, ତିଲୁ ବରାଳ, ନିତ୍ୟ ମାଝୀ, ମହେଶ୍ବର ମଣ୍ଡଳ, ରୋହିତ ଦାସ, ବିଶ୍ବଜିତ ମଲ୍ଲିକ, ରୁଦ୍ର ପ୍ରସାଦ ପଣ୍ଡା, ଈଶାନ କୁମାର ପ୍ରଧାନ।