ରାଜ୍ୟସ୍ତରୀୟ ଅଙ୍କୁର ଶିଶୁ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଚନ୍ଦ୍ରଶେଖପୁର: ଅଙ୍କୁର ଫାଉଣ୍ଡେସନ ପକ୍ଷରୁ ଦୁଇଦିନବ୍ୟାପୀ ୪ର୍ଥ ରାଜ୍ୟସ୍ତରୀୟ ‘ଅଙ୍କୁର ଶିଶୁ ସାହିତ୍ୟ ଉତ୍ସବ’ ଉତ୍କଳ ରଙ୍ଗମଞ୍ଚଠାରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ସ୍କୁଲ ପିଲାଙ୍କୁ ନେଇ ସୃଜନଶୀଳ ପ୍ରତିଭାର ବିକାଶ ଲାଗି ବିଭିନ୍ନ କର୍ମଶାଳା ଓ ପ୍ରଦର୍ଶନୀ ହୋଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତି, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ଉତ୍ସବରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଶ୍ରୀମତୀ ମହାନ୍ତି ଓଡ଼ିଶୀ ନୃତ୍ୟ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ଉତ୍ସବରେ ବିଭିନ୍ନ ପର୍ଯ୍ୟାୟରେ ସଙ୍ଗୀତରେ ବିଶିଷ୍ଟ ଗାୟିକା ଅନିନ୍ଦିତା ଦାସ, ରାବଣଛାୟା ବା ଛାୟା କଣ୍ଢେଇ ପାଇଁ ପ୍ରଫେସର ଗୌରାଙ୍ଗ ଚରଣ ଦାଶ, ସିନେମା ନିର୍ମାଣ ପାଇଁ ବିଶିଷ୍ଟ ସିନେମା ନିର୍ଦ୍ଦେଶକ ସୁବାସ ଦାସ, ଚିତ୍ରକଳା ପାଇଁ ପ୍ରଖ୍ୟାତ ଚିତ୍ରଶିଳ୍ପୀ ରମାକାନ୍ତ ସାମନ୍ତରାୟ, ଗଳ୍ପ କଥନ ପାଇଁ ପ୍ରାଚୀତାରା, କେଏମ ଟାଟା ଓ କବିତା ଆବୃତ୍ତି ପାଇଁ କବି ବାଦଲ ମହାନ୍ତି, ଅଭିନୟ କଳା ପାଇଁ ଲେଖିକା ଭାସ୍ବତୀ ବସୁ ପ୍ରମୁଖ ପିଲାଙ୍କର ମାର୍ଗଦର୍ଶନ କରୁଛନ୍ତି ବୋଲି ଫାଉଣ୍ଡେସ ପକ୍ଷରୁ କୁହାଯାଇଛି। ଶେଷରେ ଅଙ୍କୁର ଫାଉଣ୍ଡେସନର ସମ୍ପାଦିକା ଚିନ୍ମୟୀ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର