ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏନ୍ଟିପିସି ସହଯୋଗରେ ଅନୁଷ୍ଠିତ ‘ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା’ରେ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲ୍ର ସାଇକ୍ରିଷ୍ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶିଶୁ ଦିବସ ଅବସରରେ ରାଜ୍ୟର ୫୦ ଜଣ କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥିଲା। ପୁରସ୍କାର ସ୍ୱରୂପ ତାଙ୍କୁ ନଗଦ ୨୦ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି। ତାଙ୍କ ଅଙ୍କିତ ଚିତ୍ର ସମଗ୍ର ଦେଶର ଶ୍ରେଷ୍ଠ ପ୍ରତିଯୋଗୀଙ୍କ ଚିତ୍ରାଙ୍କନ ସହ ଚୂଡ଼ାନ୍ତ ପ୍ରତିଯୋଗିତାରେ ଭାଗ ନେବ।
ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ସାଇକ୍ରିଷ୍ ପ୍ରଥମ
/sambad/media/post_attachments/wp-content/uploads/2017/11/DAV-Chandrasekharpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)