ରାଜ୍ୟସ୍ତରୀୟ କଳା ମଣିମା ସମ୍ମାନ ସମାରୋହ: ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କୁ ‘କଳା ମଣିମା ସର୍ବୋଚ୍ଚ ସେବା ସମ୍ମାନ’

ଭୁବନେଶ୍ବର: କଳା ମଣିମା ଟ୍ରଷ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ‘କଳା ମଣିମା ସମ୍ମାନ ସମାରୋହ-୨୦୨୧’ ରାଧାବଲ୍ଲଭ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମନ୍ଦିର ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରାଧାବଲ୍ଲଭ ମଠର ମଠାଧୀଶ ମହନ୍ତ ରାମକୃଷ୍ଣ ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରାବନ୍ଧିକ ଡକ୍ଟର ଭାସ୍କର ମିଶ୍ର, ଓଡ଼ିଶା ଆୟୁର୍ବେଦିକ ସେବା ସଂସ୍ଥାର ଅଧ୍ୟକ୍ଷ ଡ. ଦୀନବନ୍ଧୁ ମହାରଣା, ଆଶ୍ରୟର ନିର୍ଦ୍ଦେଶକ ଲୋକନାଥ ଦାଶ, ଲୋକନାଥ ପୂଜାପଣ୍ଡା ଉପସ୍ଥିତ ଥିବା ବେଳେ ମୁଖ୍ୟବକ୍ତା ଭାବେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଯୋଗ ଦେଇଥିଲେ।

ଏହି ଅବସରରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କୁ ‘କଳା ମଣିମା ସର୍ବୋଚ୍ଚ ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା। ଜୀବନବ୍ୟାପୀ ସାଧନା ଓ ଶିକ୍ଷାଦାନ କ୍ଷେତ୍ରରେ ନିଷ୍ଠାପର ସେବା ପାଇଁ ସଂଯୁକ୍ତା ରାଉତ, ଶ୍ରୀଜଗନ୍ନାଥ ସେବା ସମ୍ମାନ ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ସାରସ୍ବତ ସମ୍ମାନ ନିମନ୍ତେ କବି ଭାସ୍କର ମହେଶ୍ବର ନାଥ, କର୍ପୋରେଟ୍ ସମ୍ମାନରେ ପୁଲିନ୍ ସାହୁ, ଜିଏମ୍ ସିଏସ୍ଆର୍, ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଓ ଉପାସନା ମିଶ୍ର, ଆଡମିନ୍, ଗୁପ୍ତା ପାୱାର ଇନ୍ଫ୍ରାଷ୍ଟ୍ରକ୍ଚର ଲି. ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସତ୍ୟଶ୍ରୀ ପଟ୍ଟନାୟକ, ପାର୍ଥସାରଥୀ ତ୍ରିପାଠୀ, ମହୀମୋହନ ତ୍ରିପାଠୀଙ୍କୁ ମହାପ୍ରଭୁଙ୍କ ଓଲାଗି ପାଟ ଓ ନୀଳଚକ୍ର ବାନା ପ୍ରଦାନ କରାଯାଇଥିଲା। ପତ୍ରିକା କଳା ମଣିମାର ସହ ସଂପାଦକ ଅମୀୟଭାନୁ ଧଳ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନରଂଜନ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ପଣ୍ଡିତ ନୀରଦ ଚନ୍ଦ୍ର ଆର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ମହେଶ ନାୟକ, ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର