ଭୁବନେଶ୍ବର: ପାରିପାର୍ଶ୍ବିକ ସ୍ଥିତି ପିଲାଙ୍କ ଭବିଷ୍ୟତ ନିର୍ଧାରଣ କରେ। ତେଣୁ ଶୈଶବରେ ପିଲାଙ୍କ ଭିତରେ ନୈତିକ ମୂଲ୍ୟବୋଧ ଓ ସମ୍ବେଦନଶୀଳ ମନୋଭାବର ଚାରା ବୁଣିବା ଆବଶ୍ୟକ। ପିତାମାତା ଏ କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଉଚିତ୍। ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର (ସିସିଡବ୍ଲୁଏସ୍ଡି) ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବରେ ଅତିଥିମାନେ ଅଭିଭାଷଣରେ ଏହି ବାର୍ତା ଦେଇଛନ୍ତି। ଏହି ଅବସରରେ ପୂର୍ବରୁ ୧୬ହଜାର ପିଲାଙ୍କୁ ନେଇ ୧୫୦ କେନ୍ଦ୍ରରେ ଆୟୋଜିତ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୩୨୬ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା। କେନ୍ଦ୍ରର ସଭାପତି ସୁଧାନିଧି ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପସଚିବ ଦୀପକ କୁମାର ରାଉତରାୟ, ଅଭିଷେକ କନ୍ଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦେଶକ ଅରୁଣ କୁମାର ବିଶ୍ବାଳ, ହସ୍ତ ଓ କୁଟୀର ଶିଳ୍ପର ପୂର୍ବତନ ନିର୍ଦେଶକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଆଞ୍ଚଳିକ ନିର୍ଦେଶକ ଡ.ବିଶ୍ବନାଥ ଧଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, କିଟ୍ ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ସସ୍ମିତା ସାମନ୍ତ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରସନ୍ନ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ବିଶୋୟୀ ପ୍ରମୁଖ ଉପସ୍ଥିତ ରହି ନୈତିକ ଶିକ୍ଷା ହିଁ ପିଲାଙ୍କୁ ଭବିଷ୍ୟତରେ ଦକ୍ଷ ଓ ସମ୍ମାନସ୍ପଦ ମଣିଷଟିଏ କରିପାରିବ ବୋଲି କହିଥିଲେ। କେନ୍ଦ୍ରର ସମ୍ପାଦକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ସଂଗଠନର କାର୍ଯ୍ୟକ୍ରମ ବାବଦରେ ଆଲୋକପାତ କରିଥିବା ବେଳେ ଯୋଜନା ନିର୍ଦେଶିକା ଜ୍ୟୋତ୍ସ୍ନା ରାଉତ ସ୍ବାଗତ ଭାଷଣ ଦେଇଥିଲେ। ରାଜଦର୍ଶିନୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ
ପିଲାଙ୍କ ଭିତରେ ନୈତିକ ମୂଲ୍ୟବୋଧର ଚାରା ବୁଣ
/sambad/media/post_attachments/wp-content/uploads/2018/12/Untitled-13-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)