ଭୁବନେଶ୍ବର: ସ୍ଥାନୀୟ ଏକାମ୍ରହାଟ ଠାରେ ରାଜ୍ୟ ସମାଜସେବୀ ମହାସଂଘ, ଓଡ଼ିଶାର ସାଧାରଣ ବୈଠକ ଉପସଭାପତି ହରିଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବସମ୍ମତି କ୍ରମେ ଅମୀୟବାଳା ପରିଡ଼ାଙ୍କୁ ରାଜ୍ୟ ମହିଳା ସଭାପତି, ନାରାୟଣ ସାହୁଙ୍କୁ ରାଜ୍ୟ ସଭାପତି, ସାଗର ସୁନ୍ଦର୍ ଦାଶଙ୍କୁ ରାଜ୍ୟ ସମ୍ପାଦକ ଭାବେ ଚୟନ କରାଯାଇଥିଲା।
ଅନୁଷ୍ଠାନର ବରିଷ୍ଠ ସଦସ୍ୟ ନରୋତ୍ତମ ଦାସଙ୍କୁ ମହାସଚିବ ପଦବରେ ଅଧ୍ୟୁସିତ କରାଯାଇଥିବା ବେଳେ, ଆବାହକ ଭାବେ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଏବଂ ରାଜ୍ୟ ଉପଦେଷ୍ଟା ଭାବେ ଦେବାଶିଷ ପଟ୍ଟନାୟକଙ୍କୁ ପରିଚାଳନା କମିଟି ସଦସ୍ୟ ଭାବେ ଗଗନ ବିହାରୀ ପାଇଟାଲଙ୍କୁ ଗୁରୁ ଦାୟିତ୍ଵ ଦିଆଯାଇଛି।
ଅନୁରୂପ ଭାବେ ମାନସ ଥାଟୋଇଙ୍କୁ କୋଷାଧ୍ୟକ୍ଷ, ହରିଶ ପଟ୍ଟନାୟକଙ୍କୁ ଉପସଭାପତି, ଆଲୋକ ରଂଜନ ଦାସଙ୍କୁ ରାଜ୍ୟ ସଂଯୋଜକ, ରାକେଶ କୁମାର ମହାପାତ୍ରଙ୍କୁ ଉପସମ୍ପାଦକ ଏବଂ ରଞ୍ଜୁକ୍ତା ବେହେରାଙ୍କୁ ମିଡ଼ିଆ ସଂଚାଳକ ଭାବେ ଚୟନ କରାଯାଇଛି। ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ସଙ୍ଗଠନକୁ ସୁଦୃଢ କରିବା ସହିତ ସମାଜସେବୀମାନଙ୍କ ସୁରକ୍ଷା ଏବଂ ମାନବ କଲ୍ୟାଣ ପାଇଁ ବିଭିନ୍ନ ସୂଚନାତ୍ମକ୍ ମୂଳକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି।