ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ଯୁବ ବିଜେଡିର କୋଭିଡ୍ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ବର: କରୋନା ମହାମାରୀରେ ଜନସାଧାରଣଙ୍କୁ କରୋନା ସମ୍ବନ୍ଧୀୟ ସମସ୍ତ ପ୍ରକାର ସେବା ପ୍ରଦାନ କରିବା ପାଇଁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ କୋଭିଡ୍ ସହାୟତା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଅଛି। ଏହି ଅବସରରେ ବିଜେବିନଗରସ୍ଥିତ ସହାୟତା କେନ୍ଦ୍ରକୁ ରାଜ୍ୟ ସାମାଜିକ ଶସକ୍ତିକରଣ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ। ସେହିପରି ମାଷ୍ଟ୍‌ରକ୍ୟାଣ୍ଟିନସ୍ଥିତ କୋଭିଡ୍ ସହାୟତା କେନ୍ଦ୍ରକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ. ବ୍ୟମୋକେଶ ରାୟ ଉପସ୍ଥିତ ଥିଲେ। ଜନସାଧାରଣଙ୍କୁ କୋଭିଡ୍ ସମ୍ବନ୍ଧୀୟ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ଯୁବ ସଭାପତି ସମରେଶ ବେଉରା ଏବଂ ମାଷ୍ଟ୍‌ରକ୍ୟାଣ୍ଟିନ୍ କୋଭିଡ୍ ସହାୟତା କେନ୍ଦ୍ର ପକ୍ଷରୁ ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପାର୍ଥ ସାରଥୀ ମୁଦୁଲି କୋଭିଡ୍ ସହାୟତା ନମ୍ବର ଜାରି କରିଛନ୍ତି।

ଯୁବ ବିଜେଡିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସମ୍ପାଦକ ଡ. ସନ୍ତୋଷ ବେଜ୍‌, ଆଇଟି ସଂଯୋଜକ ସୁବ୍ରତ ଛାଟୋଇ, ଯୁବ ବିଜେଡିର ଉପସଭାପତି ଧୃତି ରଂଜନ ମାର୍ଥା, ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଂଜନ ମିଶ୍ର, ତାରିଣୀ ପ୍ରସାଦ ନାୟକ, ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ, ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ଉପସଭାପତି ରାଜେଶ ପାତ୍ର, ମନୋରଂଜନ ଦାସ, ସାଧାରଣ ସମ୍ପାଦକ ବିଜୟ ଗୋଛାୟତ, ସୂର୍ଯ୍ୟକାନ୍ତ ଜେନା, ଗଣେଶ୍ବର ସାହୁ, ସମ୍ପାଦକ ଏସ୍ କେ ଗୁଲଫାନ୍, ରାଜେଶ ରାୟ ଏବଂ ଆଇଟି ସଂଯୋଜକ ରୋହିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର