ଏସ୍ଆଇପି ଏକା‌ଡେମି ପକ୍ଷରୁ ରାଜ୍ୟସ୍ତରୀୟ ପାଟିଗଣିତ ପ୍ରତିଯୋଗିତା

ଚନ୍ଦ୍ରଶେଖରପୁର: ଚେନ୍ନାଇସ୍ଥିତ ଏସ୍ଆଇପି ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ ପାଟିଗଣିତ ପ୍ରତିଯୋଗିତାର ଫାଇନାଲ୍‌ ଅନୁଷ୍ଠିତ ହୋଇଯାଇଛି। ଜୁନ୍‌ ମାସରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ କିଟ୍ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ବରର ଲୟୋଲା ସ୍କୁଲ, ଡିଏଭି କଳିଙ୍ଗନଗର, ଡିଏଭି ଚନ୍ଦ୍ରଶେଖରପୁର, ମଦର୍ସ ପବ୍ଲିକ ସ୍କୁଲ, ସେଣ୍ଟ ଜାଭିୟର୍ସ, ଖଣ୍ଡଗିରି, ସେଣ୍ଟ ଜୋସେଫ୍ ସମ୍ବଲପୁର, ସେଣ୍ଟ ଜୋସେଫ୍ ରାଉରକେଲା, ଡିଏଭି ଝାରସୁଗୁଡ଼ା, ଆଇପିଏସ୍ ସମ୍ବଲପୁର, ଏମଟି ଲିଟ୍ରା ଜି ସ୍କୁଲ୍, ଏସ୍‌ବିଡି ଇଣ୍ଟ୍‌ରନ୍ୟାସନାଲ ପ୍ରଭୃତି ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ପ୍ରଥମରୁ ୪ର୍ଥ ଶ୍ରେଣୀର ଏହି ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ଶେଷରେ ତିନି ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଜେତା ହୋଇଥିଲେ। ସେମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେମାନେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଜାତୀୟସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ବୃତ୍ତି ବାବଦକୁ ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କିଟ୍‌ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଏସ୍ଆଇପି ଏକାଡେମିର ରାଜ୍ୟ ମୁଖ୍ୟ ସୁନୀଲ ନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ପାଟିଗଣିତ ପ୍ରତି ଉତ୍ସାହିତ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମଧ୍ୟ ସେ ପୁରସ୍କାର ବଣ୍ଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଯଶୋବନ୍ତ ସିଂଘାଲ୍, ସ୍ମୃତିରେଖା ପଣ୍ଡା, ଅଂଶୁମାନ ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ସମସ୍ତ ସେଣ୍ଟରର ମୁଖ୍ୟ ପ୍ରୀତମ୍‌, ପୂର୍ଣ୍ଣେନ୍ଦୁ, ଶର୍ମିଷ୍ଠା ବୋଷ, ମୋହନ, ରିତୁ ଅଗ୍ରୱାଲ୍, ଜ୍ୟୋତି ଦାସ, ରଞ୍ଜିତା ମହାପାତ୍ର, ରେଖା ଗୋୟଲ୍, ମୋନାଲିସା ବିଶ୍ବାଳ, ପିଣ୍ଟୁ କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର