ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ରିହର୍ସାଲ, ମହିଳା ଆଇପିଏସ୍ ପରେଡ୍ କମାଣ୍ଡର

ଭୁବନେଶ୍ବର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ରିହର୍ସାଲ। ଗାନ୍ଧୀମାର୍ଗରେ ଭାଗ ନେବାକୁ ଥିବା ଟ୍ରୁପମାନେ ରିହର୍ସାଲ କରିଛନ୍ତି। ମହିଳା ଆଇପିଏସ୍ ଅଫିସର ଏସ୍. ସୁଶ୍ରୀ ପରେଡ୍ କମାଣ୍ଡର ହୋଇଛନ୍ତି। ଅପରାହ୍‌ଣ ସାଢ଼େ ୨ଟାରେ ରିହର୍ସାଲ ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଶା ପୁଲିସର ସପ୍ତମ ବାଟାଲିଅନ୍, ଏସ୍ଓଜି, ସ୍ବିଫ୍ଟ ଆକ୍ସନ ଫୋର୍ସ, ଆଇଆରବି, ଏସଏସବି, ସପ୍ତମ ବାଟାଲିଅନ୍, ଓଡ୍ରାଫ, ଅଗ୍ନିଶମ ବାହିନୀ ଭାଗ ନେଇଥିଲେ। ଏଥର ଜନସାଧାରଣ ପରେଡ୍‌ ଦେଖି ପାରିବେ ନାହିଁ। ନିମନ୍ତ୍ରିତ ଅତିଥି ଓ ବ୍ୟକ୍ତିବିଶେଷମାନେ ଦେଖିବାର ସୁଯୋଗ ପାଇବେ। ଆସନ୍ତାକାଲି ଅପରାହ୍‌ଣ ଏବଂ ରବିବାର ସକାଳେ ରିହର୍ସାଲ ଅନୁଷ୍ଠିତ ହେବ। ଆଜି କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର