ରାଜ୍ୟସ୍ତରୀୟ ଗୁରୁ ପୂଜନ ଓ ଦ୍ରୋଣାଚାର୍ଯ୍ୟ ସମ୍ମାନ

ପୁରୁଣା ଭୁବନେଶ୍ୱର: ରାଜଧାନୀ ନାଗେଶ୍ୱରଟାଙ୍ଗୀସ୍ଥିତ ପେସ୍ ଏକାଡେମି ପରିସରରେ ଓଡ଼ିଶା ମୁରବୀ ମହାମଞ୍ଚ, ରୋଟାରି କ୍ଲବ ଅଫ୍ କ୍ୟାପିଟାଲ ଓ ଇଣ୍ଟରଆକ୍ଟ କ୍ଲବ ଅଫ୍ ପେସ୍ ଏକାଡେମି ଓ ଉତ୍କଳ ବିକାଶ ଏଜୁକେଶନାଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଗୁରୁ ପୂଜନ ଓ ଦ୍ରୋଣାଚାର୍ଯ୍ୟ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୁରୁମାନଙ୍କ ପାଦୁକା ପୂଜା କରାଯିବା ସହ ଗୁରୁ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ପେସ୍ ଏକାଡେମିର ମୁଖ୍ୟ ପ୍ରସନ୍ନ ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରି ଜିଲ୍ଲା ଗଭର୍ଣ୍ଣର ଦେବାଶିଷ ମିଶ୍ର, ରୋଟାରି କ୍ଲବ ସଭାପତି ନିଖିଳେଶ୍ୱର ସାହୁ, ପିପି ଡ. ସୁଦର୍ଶନ ପଣ୍ଡା, ସମ୍ପାଦକ ବିମ୍ବାଧର ବେହେରା, ଜିଲ୍ଲା ଟ୍ରେନର ଜୟଶ୍ରୀ ମହାନ୍ତି, ମୁରବୀ ମହାମଞ୍ଚର ଆବାହକ ଲିଙ୍ଗରାଜ ସାହୁ, ଆଲୋକ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଗଦାଧର ଦାସ, ସିମିତା ମିଶ୍ର, ସ୍ୱପ୍ନାଦୀପା ଦାଶ, ବରିଷ୍ଠ ଶିକ୍ଷାବିତ୍‌ ଅଜିତ ଦାଶ, ସମାଜସେବୀ ଋତୁରାଣୀ ସାସମଲ, ବସନ୍ତ ଲେଙ୍କା, ଜୁନିୟର ମିସ୍ ଇଣ୍ଡିଆ ସ୍ନେହାଶ୍ରୀ ସାହୁ, ସରିତା ବାରିକ, କ୍ଷେତ୍ରବାସୀ ରାଉତରାୟ, ଦୀପକ ନରେନ୍ଦ୍ର, କମଳ ଦାସ, ଗିରିଜା ଶଙ୍କର ମିଶ୍ର, ରତିକାନ୍ତ ଦାସ, ସୀମାଞ୍ଚଳ ସ୍ୱାଇଁ, ପ୍ରଶାନ୍ତ ମିଶ୍ର, ଧୀରେନ୍ଦ୍ର ବେହେରାଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର