ଭୁବନେଶ୍ୱର : ନିଖିଳ ଭାରତ ତୃଣମୂଳ କଂଗ୍ରେସର ୨୦ତମ ପ୍ରତିଷ୍ଠା ଦିବସ, ରାଜ୍ୟ ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ମଧୁସୂଦନ ନଗର, ୟୁନିଟ୍-୪ସ୍ଥିତ ରାଜ୍ୟ ମୁଖ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।
ଏହି ଅବସରରେ ପ୍ରଥମେ ଦଳର ପତାକା ଉତ୍ତୋଳନ କରି ଡ. ଜ୍ଞାନେନ୍ଦ୍ର ସମସ୍ତ କର୍ମକର୍ତାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ସେହିପରି ପାର୍ଟିର ପ୍ରତିଷ୍ଠାତା ଓ ସଭାପତି ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ବରିଷ୍ଠ କର୍ମକର୍ତ୍ତା ଗୀତା ଚଇନି, ଶୁଭ୍ରାଂଶୁ ଶେଖର ପାଢ଼ୀ, ଡ. ନୃସିଂହ ଚରଣ ଦାସ, ଇଂ. ବିବେକାନନ୍ଦ ପାତ୍ର, ବିଷ୍ଣୁଚରଣ ମଲ୍ଲିକ, ପ୍ରକାଶଚନ୍ଦ୍ର ମହାନ୍ତି, ସୁବ୍ରତ ଚୌଧୁରୀ, ରବୀନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/TRUNAMULA-CONGRESS.jpeg)