ରାଜ୍ୟସ୍ତରୀୟ ହ୍ୟାନିମ୍ୟାନ୍‌ଙ୍କ ଜୟନ୍ତୀ

ଭୁବନେଶ୍ବର: ଓଡ଼ିଶା ହୋମିଓପ୍ୟାଥିକ ଡ୍ରଗିଷ୍ଟ ଆସୋସିଏସନ୍‌ ଆନୁକୂଲ୍ୟରେ ହୋମିଓପ୍ୟାଥିକ୍‌ର ଜନକ ଡ. ସାମୁଏଲ୍‌ ହ୍ୟାନିମ୍ୟାନ୍‌ଙ୍କ ୨୬୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ୟୁନିଟ୍‌-୪ ଟ୍ରାଫିକ୍‌ ଛକସ୍ଥିତ ହ୍ୟାନିମ୍ୟାନ୍‌ଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ବିଧାୟକ ବିଜୟ ମହାନ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଉତ୍ସବର ଶୁଭାରମ୍ଭ କରିଥିଲେ।

ପୂର୍ବତନ କର୍ପୋରେଟର୍‌ ନରେନ୍ କୁମାର ସାହୁ, ଉମାକାନ୍ତ ମିଶ୍ର, ରାଜକିଶୋର ସାହୁ, ରମା ସାମନ୍ତରାୟ, ଶିବ ସୁଆର ତଥା ଆସୋସିଏସନ୍‌ର ସଭାପତି ରତୀନ୍ଦ୍ର ନାଥ ଦତ୍ତ, ସାଧାରଣ ସଂପାଦକ ଡ. ମନୋରଂଜନ ରାଉତ, ଡ. ସଂଜୟ ପାତ୍ର, ଡ. ଦିବ୍ୟରଂଜନ ଜେନା, ରଜନୀକାନ୍ତ ଜେନା, ବାବୁଲି ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ଜିଲ୍ଲାର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧିତ ଖବର