ଭୁବନେଶ୍ୱର: ଭାରତବର୍ଷର କମ୍ୟୁନିଷ୍ଟ ଓ ଶ୍ରମିକ ଆନ୍ଦୋଳନର ଅନ୍ୟତମ ତୁଙ୍ଗ ନେତା ତଥା ସିପିଆଇ ଓ ଏଆଇଟିୟୁସିର ପୂର୍ବତନ ସାଧାରଣ ସମ୍ପାଦକ ଏ ବି ବର୍ଦ୍ଧନଙ୍କ ଦ୍ୱିତୀୟ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଆଜି ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଆଇଟିୟୁସିର ଉପସଭାପତି ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ସୌରୀବଂଧୁ କର ଯୋଗଦେଇ ସ୍ୱର୍ଗତ ବର୍ଦ୍ଧନଙ୍କ ଦୀର୍ଘ ୭୦ ବର୍ଷର ସଂଗ୍ରାମୀ ଜୀବନ ଏବଂ ଭାରତବର୍ଷର ଶ୍ରମିକ ଓ କମ୍ୟୁନିଷ୍ଟ ଆନ୍ଦୋଳନ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସିଆଇଟିୟୁ ରାଜ୍ୟ ସଭାପତି ଲମ୍ବୋଦର ନାୟକ, ଏଚଏମଏସ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ଏଆଇୟୁଟିୟୁସିର ସମ୍ପାଦକ ଜୟସେନ ମେହେର, ଆଇଏନଟିୟୁସିର ସାଧାରଣ ସମ୍ପାଦକ କିଶୋର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବର୍ଦ୍ଧନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଶିକ୍ଷକ ନେତା ଅଧ୍ୟାପକ ଅମିୟ କୁମାର ମହାନ୍ତି, ଏଚ୍ଏମ୍ଏସ୍ ନେତା ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାଥ ତ୍ରିପାଠୀ, ସଂଯୁକ୍ତା ମହଲ, ପୂର୍ଣ୍ଣଚନ୍ଦ୍ର ବେହେରା, ସୁର ଜେନା, କିଶୋର ଜେନା, ତୁଷାରକାନ୍ତ, ଗୋହିଗୋବିନ୍ଦ ବେଶ୍ରା, ମହେଶ୍ୱର ରାଉତ, ଏନ ଗୋପାଳ ପ୍ରମୁଖ ବିଭିନ୍ନ ସଙ୍ଗଠନର ନେତୃବୃନ୍ଦ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। ଶେଷରେ ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟସ୍ତରୀୟ ସ୍ମୃତି ସମାରୋହରେ ବିଶିଷ୍ଟ ବାମପନ୍ଥୀ ନେତା ଏ ବି ବର୍ଦ୍ଧନଙ୍କୁ ଶ୍ରଦ୍ଧାଞ୍ଜଳି
/sambad/media/post_attachments/wp-content/uploads/2017/12/CPI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)