ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଆଜି ଭଞ୍ଜକଳା ମଣ୍ଡପରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଉଦ୍ଘାଟିତ ହୋଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନିର୍ଦେଶକ ବିଜୟ କୁମାର ନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ଗୁରୁ ବିଜୟ ଜେନା ଓ ସଭାପତି ରାମକୃଷ୍ଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତିନି ଦିନ ଧରି ଏହି ଉତ୍ସବ ଚାଲିବାକୁ ଥିବା ବେଳେ ଆଜିର ପ୍ରଥମ ସଂଧ୍ୟାରେ କେନ୍ଦ୍ରାପଡ଼ାର ଲକ୍ଷ୍ମୀଧର ରାଉତ, କଟକର ସୁରେନ୍ଦ୍ର ନାଥ ଛୋଟରାୟ, କେନ୍ଦୁଝରର ଧୀରେନ୍ କୁମାର ମହାନ୍ତି ଓ ଯାଜପୁରର ନିରୁପମା ପଣ୍ଡା ପ୍ରମୁଖ ପାଲା ପରିବେଷଣ କରିଥିଲେ। ଏଥିରେ ରାମାୟଣ, ମହାଭାରତ ଓ ପୁରାଣର ବିଭିନ୍ନ କଥାବସ୍ତୁକୁ ଗାୟନ କରି ବିଭିନ୍ନ ଛାନ୍ଦ, ଚଉପଦୀ ଆଦିକୁ ଖୁବ୍ ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା। ଏହି ଅବସରରେ ଯାଜପୁରର ଗାୟକ ଚୈତନ୍ୟ ବିଶ୍ବାଳ, ନୟାଗଡ଼ର ପ୍ରଫୁଲ୍ଲ ଷଡ଼ଙ୍ଗୀ, କଟକର ନିରଞ୍ଜନ ପଣ୍ଡା ଓ ବାଲେଶ୍ବରର ପୁରୁେଷାତ୍ତମ ପାଳଙ୍କୁ ସମ୍ବର୍ଧିତ କରାଯାଇଥିଲା। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/10/aparti-governer-lighting.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)