ରାଜ୍ୟସ୍ତରୀୟ ଭାସ୍କର୍ଯ୍ୟ ଶିବିର ଉଦ୍‌ଘାଟିତ

ଧଉଳି : ଓଡ଼ିଶା ଲଳିତକଳା ଏକାଡେମୀ ଓ ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସ୍ୱର୍ଗତ ବିପ୍ର ଚରଣ ମହାନ୍ତିଙ୍କ ୯୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ବିକେ ଆର୍ଟ କଲେଜ୍‌ର ପୂର୍ବତନ ଅଧ୍ୟକ୍ଷ ଅଲେଖ ଚରଣ ସାହୁ, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ସମେତ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ରୀତା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଶିବିରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୬ଟି କଳା ମହାବିଦ୍ୟାଳୟରୁ ମୋଟ୍‌ ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀ ଅଂଶ ଗ୍ରହଣ କରି ସମସାମୟିକ ସୃଜନଶୀଳ ପ୍ରତିମୂୂର୍ତ୍ତି ନିର୍ମାଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଭାସ୍କର୍ଯ୍ୟ କଳାର ପ୍ରସାର ଓ ପ୍ରଚାର ଦିଗରେ ସରକାର ଅଧୀକ ଯତ୍ନଶୀଳ ହୋଇ ପ୍ରୋତ୍ସାହନ ଯୋଗାଇ ଦେବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଶିବିରରେ ନିର୍ମିତ ଶ୍ରେଷ୍ଠ ଯୋଗ୍ୟ ବିବେଚିତ ୩ଟି ଭାସ୍କର୍ଯ୍ୟ ଆସନ୍ତାକାଲି ଉଦ୍‌ଯାପନୀ ସମାରୋହରେ ପୁରସ୍କୃତ ହେବ।

ଏହି ଶିବିରରେ ବିକେ ଆର୍ଟ କଲେଜରୁ ମନୋରଂଜନ ଦାସ, ଗଗନ ବିହାରୀ ରାଉତ, ଉକ୍ତ ମହାବିଦ୍ୟାଳୟର ପ୍ରଫୁଲ କୁମାର ବେହେରା, ଲିଙ୍କନ ପଟ୍ଟନାୟକ, ଦିଲେଶ୍ୱର ପ୍ରଧାନ, ବିଶ୍ୱରଂଜନ ଦାସ, ରାଜେଶ କୁମାର ସିଂ, ଖଲିକୋଟରୁ ଗୁରୁଦେବ ପଲାଇ, ଦୀପକ କୁମାର ବେହେରା, ଭଦ୍ରକରୁ କାଳନ୍ଦୀ ବେହେରା, ଗୌରବ ଦାସ, ସୁନ୍ଦରଗଡ଼ରୁ ନରେଶ ନାୟକ, ଶୁଭମ୍‌ ସାହୁ, ସବ୍ୟସାଚୀ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରି କାରୁକାର୍ଯ୍ୟପୂର୍ଣ୍ଣ ଭାସ୍କର୍ଯ୍ୟ ନିର୍ମାଣ କରିଥିଲେ ।

ସମ୍ବନ୍ଧିତ ଖବର