ରାଜ୍ୟସ୍ତରୀୟ ସାଇଭକ୍ତ ସମ୍ମିଳନୀ

ଭୁବନେଶ୍ୱର: ସାଇବାବାଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟସ୍ତରୀୟ ସାଇଭକ୍ତ ସମ୍ମିଳନୀ ଆଜି ଜୟଦେବ ଭାବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀସାଇବାବା ସଂସ୍ଥାନ ଶିରିଡ଼ିର ପୂର୍ବତନ ଟ୍ରଷ୍ଟି ରାମାରାଓ ସେଲ୍‌କେ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା, ଓଡ଼ିଶା ରାଜ୍ୟ ଅର୍ଥ ଆୟୋଗର ଅଧ୍ୟକ୍ଷ ରବି ନାରାୟଣ ସେନାପତି, ସମାଜସେବୀ ବିଭୂତି ମିଶ୍ର, ଗୌତମ ରାୟ, ପ୍ରଫେସର ରାଜକିଶୋର ମିଶ୍ର ଓ ସାହିତ୍ୟିକା ବନଜ ଦେବୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ଓ ସାଇ ଆରତି ପୁସ୍ତକ ଉନ୍ମୋଚିତ ହୋଇଥିଲା। ରଞ୍ଜନ ପାତ୍ରଙ୍କ ଦ୍ୱାରା ସଂଗୃହୀତ ସାଇବାବା ଫଟୋ ଓ ପୁସ୍ତକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୧୦ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶୋଭାକର ଦାସ ଫତେସିଂହ ପରିଚୟ ପ୍ରଦାନ କରିଥିଲେ। ଶୁଭାନେ୍ଵଷ ରଥ, ଚନ୍ଦ୍ରବିଜୟୀ ମିଶ୍ର ଓ ଅନସୂୟା ରାୟ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ମାନସ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର