ଅରବିନ୍ଦ ମୁଦୁଲିଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାବେଶ

ଭୁବନେଶ୍ୱର: ଓଡ଼ିଶା ନାଗରିକ ମହାମଞ୍ଚ, ଭାଷା ଆନ୍ଦୋଳନ, ଓଡ଼ିଶା ପକ୍ଷରୁ ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅରବିନ୍ଦ ମୁଦୁଲିଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆରମ୍ଭରେ କବି ନାରାୟଣ ମୁଦୁଲି ତାଙ୍କ କବିତା ମାଧ୍ୟମରେ ବିଶିଷ୍ଟ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଯାହା ଥିଲା… ମହାର୍ଘ୍ୟରେ ଅର୍ଘ୍ୟ ଢାଳି ଚାଲିଗଲେ ବାଟ କାଢ଼ି… ଯାହା ଉପସ୍ଥିତ ଶ୍ରୋତାମଙ୍କ ମନରେ କୋହ ଭରି ଦେଇଥିଲା। ଏହି ଅବସରରେ ଶ୍ରୀ ମୁଦୁଲି କହିଥିଲେ, ସ୍ୱର୍ଗତ ମୁଦୁଲି ଆମ ଓଡ଼ିଆ ଭାଷା ଓ ସଂସ୍କୃତିର ହୃତପିଣ୍ଡ ଥିଲେ। ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ ସଭା ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସଭାକୁ ପରିଚାଳନା କରିଥିଲେ। ସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ସଂଗୀତକାର ଶାନ୍ତିଲତା ବାରିକ, ଅର୍ଜୁନ ସାମଲ, ଚକ୍ରଧର ମହାପାତ୍ର, ଭାଷା ଆନ୍ଦୋଳନର ଆବାହକ ପବିତ୍ର କୁମାର ମହାରଥା ପ୍ରମୁଖ ଉପସ୍ଥିତ ରହି ଅରବିନ୍ଦ ମୁଦୁଲିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସମ୍ବନ୍ଧିତ ଖବର