ଭୁବନେଶ୍ୱର:‘ଏବଂ ଆମେ’ର ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆଜିଠାରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ଆଜି ପ୍ରଥମ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ‘ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ’ ମେୟର ଅନନ୍ତ ନାରାୟଣ ଜେନା ଏହାକୁ ଉଦ୍ଘାଟନ କରିଥିଲେ। ନାଟକରେ ସର୍ବଶ୍ରୀ ବେଲାଳ ସେନ ବେହେରା, କରୁଣାକର ସାମଲ, କେଦାର ଜେନା, କେଦାର ରାଉତ, ରଘୁନାଥ ବେହେରା, ନିରାକାର ପତି, ଭାସ୍କର ଜେନା, ଗଣେଶ ପତି, ବିଷ୍ଣୁ ମହାରଣା, ସୂର୍ଯ୍ୟ ପରିଜା, ଚନ୍ଦନ ସ୍ୱାଇଁ, ଜଗା ରାଓ, ସର୍ବେଶ୍ୱର ଦାସ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ସଚ୍ଚି ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ତାପସ ଦାସ ସଂଯୋଜନା କରିଥିଲେ। ଏହି ଅବସରରେ ଅଭିନେତ୍ରୀ ସୌଦାମିନୀ ଦେବୀଙ୍କୁ ସଭାପତି ସଚ୍ଚି ଦାସ ଓ ସଂପାଦକ ଶୁଭକାନ୍ତ ପାଢ଼ୀଙ୍କ ଦ୍ୱାରା ତାଙ୍କର ସାମଗ୍ରିକ ସାଧନା ନିମନ୍ତେ ସମ୍ବର୍ଧିତ କରାଯାଇଥିଲା।
‘ଏବଂ ଆମେ’ର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
/sambad/media/post_attachments/wp-content/uploads/2018/06/m12-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)