ଭୁବନେଶ୍ବର: ‘ହେଲ୍ପମେଟ୍’ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଯୁବକବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟକ ଭାବେ ଭାଷାବିତ୍ ଦେବାଶିଷ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସୁଚେତା ରାଉତ, ମଧୁଲିତା ରାୟ, ନୀହାରିକା ପଟ୍ଟନାୟକ, ଲିନା ମିଶ୍ର ପ୍ରମୁଖ ଯୋଗଦେଇ ବ୍ୟାବହରିକ ଶବ୍ଦକୁ ନେଇ କିପରି ସାହିତ୍ୟ ସୃଷ୍ଟି କରାଯାଇପାରିବ, ସେ ବିଷୟରେ ମତ ପ୍ରକାଶ କରିଥିଲେ। ସେହିପରି ଦେଶାତ୍ମବୋଧ, ସଚେତନାତ୍ମକ, ବୃକ୍ଷ, ନାରୀ ଓ ଗାନ୍ଧୀଙ୍କ ଉପରେ କବିତା ପାଠ କରାଯାଇଥିଲା।
ଅନୁଷ୍ଠାନର ସଭାପତି ଅଞ୍ଜଳି ତ୍ରିପାଠୀ ଓ ସମ୍ପାଦିକା ନିବେଦିତା ଭଞ୍ଜ ଯୁବ କବିମାନଙ୍କୁ ନେଇ ଏଭଳି କବି ସମ୍ମିଳନୀ ବାରମ୍ବାର କରାଯିବାକୁ ନେଇ ଗୁରୁତ୍ବାରୋପ କରିଥିଲେ। କାର୍ଯ୍ୟକ୍ରମରେ ଦୀପ୍ତି ମିଶ୍ର, ଚମକଚାନ୍ଦିନୀ ଦାସ, ମୋନିକା ମହାପାତ୍ର, ସୁକାନ୍ତି ତ୍ରିପାଠୀ, ସ୍ବର୍ଣ୍ଣ ପଣ୍ଡା, ଦୀପ୍ତି ପଟ୍ଟନାୟକ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ।