ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଅବସ୍ଥିତ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ଆଣ୍ଡ୍ ଲିଭର୍ ସାଇନ୍ସେସ୍ରେ ଏକ ବିରଳ ଏଣ୍ଡୋସ୍କୋପିକ୍ ସର୍ଜରି କରାଯାଇଛି। ଡାକ୍ତର ଆଶୁତୋଷ ମହାପାତ୍ର ଜଣେ ୫୦ ବର୍ଷର ମହିଳାଙ୍କର ପ୍ରାରମ୍ବିକ ପାକସ୍ଥଳୀ କ୍ୟାନସର ରୋଗ ନିରୂପଣ କରିଥିଲେ। ପରେ ଡା. ଶୋନମୁନ ମହାପାତ୍ର ଅତ୍ୟାଧୁନିକ ଏଣ୍ଡୋସୁଚରିଂ ପଦ୍ଧତିରେ କ୍ୟାନସରକୁ ପାକସ୍ଥଳୀରୁ ସମ୍ପୂର୍ଣ୍ଣ ଭାବରେ ବାହାର କରିଦେଇଥିଲେ। ଯାହାଦ୍ୱାରା ପାକସ୍ଥଳୀ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରଖାଯାଇ ପାରିଥିଲା। ଏହି ଏଣ୍ଡୋସୁଚରିଂ ଦ୍ୱାରା ପାକସ୍ଥଳୀରେ କଣାହେବା କିମ୍ବା ରକ୍ତ ବାହାରିବା ପରି ସମସ୍ୟା ଦୂର ହୋଇଯାଏ। ଏବେ ଉକ୍ତ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏତେ ବଡ଼ଧରଣର ଏଣ୍ଡୋସ୍କୋପି ସର୍ଜରିରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିନଥିଲା। ଡା. ଶୋନମୁନ ମହାପାତ୍ର ଯୁକ୍ତରାଷ୍ଟ୍ର ଆମେରିକାସ୍ଥ ବିଶ୍ବପ୍ରସିଦ୍ଧ ମାୟୋକ୍ଲିନିକ୍ରେ ଅଧ୍ୟୟନ କରି ସାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରେଲୋଜିରେ ଯୋଗ ଦେଇଛନ୍ତି। ଡା. ଆଶୁତୋଷ ମହାପାତ୍ରଙ୍କ ପ୍ରଚେଷ୍ଟା ଫଳରେ ସାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରେଲୋଜି ପ୍ରାରମ୍ଭିକ ଗ୍ୟାଷ୍ଟ୍ରିକ କ୍ୟାନସର ନିରୂପଣରେ ଭାରତରେ ଶୀର୍ଷସ୍ଥାନ ଅଧିକାର କରିଛି।
ରାଜ୍ୟରେ ଆରମ୍ଭ ହେଲା ଅତ୍ୟାଧୁନିକ ଏଣ୍ଡୋ ସର୍ଜରି
/sambad/media/post_attachments/wp-content/uploads/2024/08/sfhsfsfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)