ଭୁବନେଶ୍ବର: ୭୮ତମ ସ୍ବାଧୀନତା ଦିବସ ପାଇଁ ଆଜି ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ଅଭ୍ୟାସ ଓ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୀର୍ଘ ୪ ବର୍ଷ ପରେ ଏଥର ପ୍ରଦର୍ଶନୀ ପଡ଼ିଆ ବଦଳରେ ଗାନ୍ଧୀମାର୍ଗରେ ପରେଡ୍ ଅଭ୍ୟାସ କରାଯାଉଛି। ଚଳିତବର୍ଷ ପରେଡରେ ୫୮ଟି ଟ୍ରୁପ ଅଂଶଗ୍ରହଣ କରିବେ। ମହିଳା ଆଇପିଏସ୍‌ ଅମ୍ରିତପାଲ୍‌ କୌର ଚଳିତବର୍ଷ ପରେଡକୁ କମାଣ୍ଡ କରିବେ। ଏଥର ପରେଡରେ ବିଏସଏଫ, ଇଣ୍ଡୋ ତିବ୍ବତିଆନ୍ ବର୍ଡର ପୁଲିସ ଓ ଛତିଶଗଡ଼ ଷ୍ଟେଟ୍ ଆର୍ମଡ ପୁଲିସ ଯୋଗ ଦେଇ ଅଭ୍ୟାସ କରିଛନ୍ତି। ଆଜି ଏହି ମିଳିତ ପରେଡ୍ ଅଭ୍ୟାସ ଅପରାହ୍ନ ୨ଟାରେ ଆରମ୍ଭ ହୋଇଥିଲା।

Advertisment

ଏଥିରେ କମିସନରେଟ ପୁଲିସର ଟ୍ରୁପ ସହିତ, ଓଡ଼ିଶା ପୁଲିସର ସପ୍ତମ ବାଟାଲିଅନ୍, ଏସ୍ଓଜି, ସ୍ବିଫ୍ଟ ଆକ୍ସନ ଫୋର୍ସ, ଆରପିଏଫ୍, ଓଡ୍ରାଫ୍, ଅଗ୍ନିଶମ ବାହିନୀ, ଏନସିସି, ସ୍କାଉଟ୍, ଗାଇଡ୍ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ୧୩ ତାରିଖ ପର୍ଯ୍ୟନ୍ତ ଏହି ପରେଡ୍ ଅଭ୍ୟାସ ଅନୁଷ୍ଠିତ ହେବ। ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପରେଡ୍ ତଦାରଖ କରିବା ସହିତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ।