ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୩୨ତମ ମହାପ୍ରୟାଣ ଦିବସ ଅବସରରେ ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ଓ ରାଜୀବ ଗାନ୍ଧି ଷ୍ଟଡି ସର୍କଲ ପକ୍ଷରୁ ‘ରାଜ୍ୟସ୍ତରୀୟ ରାଜୀବ ଗାନ୍ଧି ପ୍ରତିଭା ପୁରସ୍କାର’ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ରାମଚନ୍ଦ୍ର ଖୁଣ୍ଟିଆ, କଳିଙ୍ଗ କ୍ରୋନିକିଲ୍‌ର ସଂପାଦକ ପବିତ୍ର ମୋହନ ସାମନ୍ତରାୟ, ଅବସରପ୍ରାପ୍ତ ପ୍ରଶାସକ ସୁରେଶ ମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨୦ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରିୟବ୍ରତ ନାୟକ, ବିପ୍ଳବ ଚୌଧୁରୀ, ବିମଳ ପ୍ରଧାନ, ସାଗର ପରିଡ଼ା, ଓମ୍‌ ପ୍ରକାଶ ଦାସ, ଦେବେନ୍ଦ୍ର ଦାସ, ବାନାମ୍ବର ବେହେରା ପ୍ରମୁଖ ରାଜ୍ୟକର୍ମକର୍ତ୍ତା ଉପସ୍ଥିତ ଥିଲେ।