ଚନ୍ଦ୍ରଶେଖରପୁର : ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ରାଜ୍ୟର ଅଗଣିତ ଅସହାୟ, ଦରିଦ୍ର ଓ ନିଷ୍ପେସିତ ରୋଗୀମାନଙ୍କୁ ସ୍ୱେଚ୍ଛାକୃତ ସେବା ଯୋଗାଇଦେବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଟାଟା ଟ୍ରଷ୍ଟ ସହିତ ଅନୁଷ୍ଠିତ ଏହି ବୈଠକରେ ଟ୍ରଷ୍ଟ ପକ୍ଷରୁ ସଂଯୋଜକ ବିରଞ୍ଚି ନାରାୟଣ ଜେନା ଉପସ୍ଥିତ ଥିଲେ। ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଭାପତି ମଧୁମାଧବ ଜେନା, ସଂପାଦକ ଯୁଗଳ କିଶୋର ସାହୁ, ଉପସଭାପତି ଅକ୍ଷୟ କୁମାର ମିଶ୍ର, ଉପେନ୍ଦ୍ର ସାହୁ, ମଦନ ମୋହନ ଭୂୟାଁ, ସଚିତ୍ର କୁମାର ପାତ୍ର, ହରିହର ପରମାଣିକ ଓ ପ୍ରଫୁଲ କୁମାର ନନ୍ଦ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ଔରଙ୍ଗାବାଦ୍ର ଡକ୍ଟର ହେଡ଼୍ଗେଓ୍ଵାର ଚିକିତ୍ସାଳୟରେ ଦୀର୍ଘ ୨୦ବର୍ଷ ଧରି ୭୫ ଜଣ ବରିଷ୍ଠ ନାଗରିକ ଯୋଗାଇଆସୁଥିବା ସ୍ୱେଚ୍ଛାକୃତ ସେବାରେ ପ୍ରେରିତ ହୋଇ ବରିଷ୍ଠ ନାଗରିକ ମହାସଂଘ ଏପରି ମହତ୍ କାର୍ଯ୍ୟ ହାତକୁ ନେବା ନେଇ ସଭାପତି ଶ୍ରୀ ଜେନା ସୂଚନା ଦେଇଛନ୍ତି। ପ୍ରଥମେ କଳିଙ୍ଗ ଓ କିମ୍ସ ହସ୍ପିଟାଲ୍ରୁ ଏହି ସେବା କାର୍ଯ୍ୟ ଆରମ୍ଭ ହେବା ନେଇ ଟାଟା ଟ୍ରଷ୍ଟ ଓ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସ୍ୱେଚ୍ଛାକୃତ ସେବା ସଂକଳ୍ପ
/sambad/media/post_attachments/wp-content/uploads/2018/01/raj-baristha-nagarika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)