ଚନ୍ଦ୍ରଶେଖରପୁର: ୭୨ତମ ଜାତିସଂଘ ଦିବସ ପାଳନ ଉପଲକ୍ଷେ ରାଜ୍ୟ ଯୁବସାମ୍ମୁଖ୍ୟ ସମିତି ପକ୍ଷରୁ ଏକ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ କଳିଙ୍ଗ ହସ୍ପିଟାଲ ଛକରୁ ଏହି ଶାନ୍ତିି ପଦଯାତ୍ରା ବାହାରି ମହାତ୍ମାଗାନ୍ଧୀ ପାର୍କରେ ସମାପ୍ତ ହୋଇଥିଲା। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ୧୯୪୫ ମସିହା ଅଗଷ୍ଟ ୬ ତାରିଖ ଓ ୯ ତାରିଖରେ ଜାପାନର ହିରୋସୀମା ଓ ନାଗାସାକୀ ଉପରେ ଆମେରିକା ଦୁଇଟି ପରମାଣୁ ବୋମା ନିକ୍ଷେପ କରିଥିଲା। ଏହି ମୃତ୍ୟୁର ତାଣ୍ଡବଲୀଳା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା । ଚିନ୍ତାଶୀଳ ରାଷ୍ଟ୍ର ନାୟକମାନେ ଦେଶ ଦେଶ ମଧ୍ୟରେ ସୁସଂପର୍କ ସ୍ଥାପନା ନିମନ୍ତେ ଆଜିର ଦିନରେ ଜାତିସଂଘ ଗଠିତ ହୋଇଥିଲା। ଏହି ଦିବସର ମହତ୍ୱକୁ ଉପଲବ୍ଧି କରି ରାଜ୍ୟ ଯୁବସାମ୍ମୁଖ୍ୟ ସମିତି ବିଶ୍ୱ ଦରବାରରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ପ୍ରତିବର୍ଷ ଶାନ୍ତି ପଦଯାତ୍ରା ଆୟୋଜନ କରିଥାଏ। ଏହି ପଦଯାତ୍ରାରେ ସମିତିର ସଂପାଦକ ଅଭୟ ବଡ଼ଜେନା, ସୁଧାଂଶୁ ମହାପାତ୍ର, ଜୀବନ କୁମାର ବଡୁ, ଗିରିଜା ଶଙ୍କର ମହାପାତ୍ର, ସୁକାନ୍ତ ରାଉତ, ତପନ ବଳିଆରସିଂହ, ଯଶୋବନ୍ତ ଓଝା, ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ଲିଙ୍ଗରାଜ ସାହୁ, ବ୍ରଜବନ୍ଧୁ ପରିଡ଼ା, ବସନ୍ତ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
ରାଜ୍ୟ ଯୁବସାମ୍ମୁଖ୍ୟ ପକ୍ଷରୁ ଶାନ୍ତି ପଦଯାତ୍ରା
/sambad/media/post_attachments/wp-content/uploads/2017/10/RAJ-RAJYAJUBASAMUKHYA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)