ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନସ୍ଥିତ ରେଳ ଷ୍ଟେସନ୍ରେ ଡାକ୍ତର ରବୀନ୍ଦ୍ରନାଥ ରଥଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ରିପୋର୍ଟ ସପ୍ତାହକ ମଧ୍ୟରେ ଦେବାକୁ ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ନିର୍ଦେଶ ଦେଇଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ଡାକ୍ତର ରଥଙ୍କ ମୃତ୍ୟୁ ଘଟିଲା, ସେ କାହିଁକି କ୍ଲିନିକ୍ ଛାଡ଼ି ରେଳଷ୍ଟେସନ୍କୁ ରାତିେର ଆସିଲେ, ସେ ନେଇ ପୁଙ୍ଖାନୁପୁଙ୍ଖ ତଥ୍ୟ ଦେବାକୁ ଏଡିଜି ଶ୍ରୀ ଆଚାର୍ଯ୍ୟ ଡିଏସ୍ପି ଅରୁଣ ସାହୁଙ୍କୁ ଦାୟିତ୍ବ ଦେଇଛନ୍ତି। ତେଣୁ ଡାକ୍ତର ମୃତ୍ୟୁ ଘଟଣାର ପୁଣି ଥରେ ତଦନ୍ତ ହେବ ବୋଲି ରେଳବାଇ ପୁଲିସ ସୂତ୍ରରୁ ଜଣାପଡ଼ିଛି। ପ୍ରକାଶଥାଉକି ପାଖାପାଖି ଏକ ମାସ ତଳେ ଭୁବନେଶ୍ବର ଷ୍ଟେସନ୍ରେ ବିଏମ୍ସି ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଥଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ଷ୍ଟେସନ୍ରେ ଲାଗିଥିବା ସିସି କ୍ୟାମେରାରେ ସ୍ପଷ୍ଟ ଭାବେ ଦେଖାଯାଉଥିଲା କି ଡାକ୍ତର ମୋବାଇଲ ଫୋନ୍ରେ କଥା ହୋଇ ଯାଉଥିଲେ। କିନ୍ତୁ ତାଙ୍କ ମୃତଦେହ ଷ୍ଟେସନ୍ର ଶେଷ ଭାଗ ଆଡ଼େ ତଳେ ପଡିଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ତେବେ ପରିବାର ଲୋକ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। କିନ୍ତୁ ରେଳବାଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ପ୍ରଚୁର ରକ୍ତସ୍ରାବ, ଛାତିରେ ଯନ୍ତ୍ରଣା ଏବ˚ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା। ପରିବାର ଲୋକ ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ଭେଟି ଘଟଣାର ପୁନଃ ତଦନ୍ତ ଦାବି କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଗ୍ରହଣ କରି ଏଡିଜି ଆଚାର୍ଯ୍ୟ ଏଭଳି ନିେର୍ଦଶ ଦେଇଥିବା ଜଣାପଡ଼ିଛି।
ଷ୍ଟେସନ୍ରେ ଡାକ୍ତରଙ୍କ ମୃତ୍ୟୁ ଘଟଣା: ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ଏଡିଜିଙ୍କ ନିର୍ଦେଶ
/sambad/media/post_attachments/wp-content/uploads/2018/09/railway-station-up.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)