ଭୁବନେଶ୍ୱର: ଜଣାଶୁଣା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର ରଥଙ୍କ ମୃତଦେହ ଭୁବନେଶ୍ୱର ଷ୍ଟେସନ୍ରୁ ମିଳିବା ଘଟଣାରେ ଆଜି ପୁଲିସ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଘଟଣା ଦିନ ଡାକ୍ତର ରଥ ଟ୍ରେନ୍ ଲାଇନ୍ ଉପରେ ଝୁଣ୍ଟି ପଡ଼ିଥିଲେ। ଏପରିକି କେତେକ ପ୍ରତ୍ୟକ୍ଷଦର୍ଶୀ ତାଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଛନ୍ତି। ଯେଉଁ କାରଣରୁ ମାତ୍ର କିଛି ସମୟ ମଧ୍ୟରେ ଆର୍ପିଏଫ୍ କର୍ମଚାରୀ ତାଙ୍କ ନିକଟରେ ପହଞ୍ଚି ହସ୍ପିଟାଲ ନେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଏଭଳି ବୟାନ ପରେ ଏବେ ଡାକ୍ତରଙ୍କ ମୃତ୍ୟୁ ଘଟଣା ଆହୁରି ରହସ୍ୟମୟ ହୋଇ ପଡ଼ିଛି। ତେବେ ପୁଲିସ ପକ୍ଷରୁ କୁହାଯାଇଛି, ଆଜି ବି ହତ୍ୟାକାଣ୍ଡ ନେଇ କୌଣସି ପ୍ରମାଣ ମିଳି ନାହିଁ। କିନ୍ତୁ ଡାକ୍ତର ରଥ କେଉଁ ଉଦ୍ଦେଶ୍ୟ ନେଇ ଷ୍ଟେସନ୍କୁ ଆସିଥିଲେ, ତାହା ଏବେ ବି ତଦନ୍ତ ପରିସରଭୁକ୍ତ। ଡାକ୍ତରଙ୍କ ଫୋନ୍ରେ ଶେଷ କଲ୍ରେ ଥିବା ମହିଳାଙ୍କୁ ପୁଲିସ ବୁଧବାର ଜେରା କରିଥିଲେ ମଧ୍ୟ ସେ ପୁଲିସ ସନ୍ଦେହରେ ଅଛନ୍ତି। ତାଙ୍କୁ ପୁଣି ଥରେ ପୁଲିସ ପଚରାଉଚରା କରିପାରେ। ପୁଲିସ ଏବେ ଜାଣିବାକୁ ପାଇଛି, ଡାକ୍ତର ରଥଙ୍କ ଉକ୍ତ ମହିଳା ଆଟେଣ୍ଡାଣ୍ଟଙ୍କ ସହିତ ଉତ୍ତମ ସମ୍ପର୍କ ଥିଲା। ପୁଲିସ ଏହାକୁ ଆଧାର କରି ଖୋଳତାଡ଼ ଆରମ୍ଭ କରିଛି।
ଷ୍ଟେସନ୍ରେ ଡାକ୍ତରଙ୍କ ମୃତଦେହ ମିଳିବା ଘଟଣା: ଏବେ ବି ପୁଲିସ ନଜରରେ ମହିଳା ଆଟେଣ୍ଡାଣ୍ଟ୍
/sambad/media/post_attachments/wp-content/uploads/2018/08/DOCTOR-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)