ଭୁବନେଶ୍ବର: ଦୀର୍ଘ ୪୩ ବର୍ଷର ବ୍ୟବଧାନ ପରେ କଟକ ଷ୍ଟିୱାର୍ଟ କଲେଜର ୧୯୭୯ ବ୍ୟାଚ୍ ଆଇଏସ୍ସି ଛାତ୍ରମାନଙ୍କ ଏକ ବୈଠକ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ସ୍ୟାଣ୍ଡିସ୍ ଟାୱାରରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୩୦ରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଡାକ୍ତର ଶ୍ରୀକାନ୍ତ ଦେବତା, ଅବସରପ୍ରାପ୍ତ ବନପ୍ରେମୀ ଅନାଦି ଚରଣ ଦାସ, କିଟ୍ର ପ୍ରଶାସନିକ ଅଧିକାରୀ ପାର୍ଥ ସାରଥି ମହାପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ପରବର୍ତ୍ତୀ ସମୟରେ ଏପରି ବୈଠକ ଆୟୋଜନ କରାଯିବା ସହ ଅଧିକ ବନ୍ଧୁଙ୍କ ଯୋଗଦାନ ନିମନ୍ତେ ସେମାନେ ଆଶାବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/44-14.jpg)