ଭୁବନେଶ୍ବର: ବିହାର ମୁଙ୍ଗେରର କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ଅସ୍ଲମ୍ ମହମ୍ମଦର ଡାହାଣ ହାତ ତଥା ବନ୍ଧୁକ ବେପାରର ଅନ୍ୟତମ ଏଜେଣ୍ଟ ଦିଲୀପ ଶାହ(୩୭)କୁ କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ବାନ୍ଧିଛି। ତା’ ଘର ବିହାର ସମସ୍ତିପୁର ଜିଲ୍ଲା ଶାହାପୁର ପାଟୋରି ଥାନା ଡୁମ୍ରି ବଜାର ଅଞ୍ଚଳରେ। ଏକ ବଡ଼ଧରଣର ବନ୍ଧୁକ କିଣାବିକା ଡିଲ୍ ପାଇଁ ଭୁବନେଶ୍ବର ଆସିଥିବା ବେଳେ ଦିଲୀପ ପୁଲିସ ଜାଲରେ ପଡ଼ିଛି। ଗତମାସ ୨୩ ତାରିଖରେ ମାଷ୍ଟରମାଇଣ୍ଡ ଅସ୍ଲମ୍ ଗିରଫ ହୋଇଥିଲା, କିନ୍ତୁ ଦିଲୀପ ସେବେଠୁ ଫେରାର ଥିଲା। ଦେଢ଼ମାସର ଲୁଚକାଳି ଖେଳ ପରେ ଦିଲୀପ ଉପରେ ଏସ୍ଟିଏଫ୍ ପଞ୍ଝା ମାରିଛି। ତା’ ନିକଟରୁ ୩ଟି ୭ଏମ୍ଏମ୍ ଅଟୋମେଟିକ୍ ପିସ୍ତଲ, ଗୋଟିଏ ୯ ଏମ୍ଏମ୍ ପିସ୍ତଲ ସହ ମାଗାଜିନ୍, ଗୋଟିଏ ସିଙ୍ଗଲ୍ ସଟ୍ ଦେଶୀ ବନ୍ଧୁକ, ୭ ରାଉଣ୍ଡ ଗୁଳି ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେଠାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି।
କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ଏସ୍ପି ରବୀନ୍ଦ୍ର ଶତପଥୀଙ୍କ ସୂଚନାନୁସାରେ ମାର୍ଚ୍ଚ ୧୪ରେ କଟକ ବୟାଳିଶମୌଜାରେ ବିହାରୀ ବନ୍ଧୁକ ମାଫିଆଙ୍କ କାରଖାନା ଠାବ ହୋଇଥିଲା। ସେବେଠୁ ଏସ୍ଟିଏଫ୍ ବିହାରୀ ବନ୍ଧୁକ ମାଫିଆଙ୍କୁ ପିଛା କରୁଛି। ଗ୍ୟାଙ୍ଗ୍ଷ୍ଟର୍ ଅସ୍ଲମ୍ ଧରାପଡ଼ିବା ପରେ ତା’ର ମୁଖ୍ୟ ସହଯୋଗୀ ଦିଲୀପକୁ ଖୋଜାଚାଲିଥିଲା। ମାତ୍ର ଅସ୍ଲମ୍ ଗିରଫ ହେବା ପରେ ଦିଲୀପ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା। ତଥାପି ସେ ଅସ୍ଲମ୍ର କାରବାର ସମ୍ଭାଳୁଥିଲା। ମୁଙ୍ଗେରରୁ ପଶ୍ଚିମବଙ୍ଗ ବାବୁଘାଟ ଦେଇ ସେ ଓଡ଼ିଶାକୁ ବସ୍ କିମ୍ବା ଟ୍ରେନ୍ ଯୋଗେ ଆସୁଥିଲା। ଓଡ଼ିଶାର ୭/୮ ଜିଲ୍ଲାରେ ତା’ର ଗତିବିଧି ଥିବା ମୋବାଇଲ୍ ଟ୍ରାକିଂରୁ ଜଣାପଡ଼ିଥିଲା। ଭୁବନେଶ୍ବର, କଟକ, ବାଲେଶ୍ବର, ଭଦ୍ରକ, ପୁରୀ, ଗଞ୍ଜାମ, ଅନୁଗୁଳ, ନୟାଗଡ଼ ଆଦି ଜିଲ୍ଲାର ଅପରାଧୀମାନଙ୍କ ଲିଙ୍କ୍ରେ ଥିଲା। ବାଲିମାଫିଆ, ଗୋ-ମାଫିଆ, ଖଣିମାଫିଆ, ନିଶାମାଫିଆ, ଜମିମାଫିଆ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ତା’ର ଯୋଗାଯୋଗ ଥିଲା। ପୂର୍ବରୁ ସେ ଓଡ଼ିଶାରେ ୩୦ରୁ ଅଧିକ ବନ୍ଧୁକ ବିକିଛି। ୭ ଏମ୍ଏମ୍ ପିସ୍ତଲକୁ ୭୦ ହଜାର ଟଙ୍କା, ୯ ଏମ୍ଏମ୍ ବନ୍ଧୁକକୁ ୮୦ ହଜାର ଓ ସିଙ୍ଗଲ୍ ସଟ୍ ଦେଶୀ ବନ୍ଧୁକକୁ ୧୫ ରୁ ୨୦ ହଜାର ଟଙ୍କାରେ ବିକ୍ରି କରୁଥିଲା। ତା’ଠାରୁ ଜବତ ମୋବାଇଲକୁ ଯାଞ୍ଚ କରାଯାଉଛି ଏବଂ ଓଡ଼ିଶାରେ କାହାକୁ ବନ୍ଧୁକ ବିକିଛି, ସେନେଇ ଛାନ୍ଭିନ୍ କରାଯିବ। ଅଧିକ ତଦନ୍ତ ପାଇଁ ଦିଲୀପକୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍ପି ଶ୍ରୀ ଶତପଥୀ କହିଛନ୍ତି। ସେହିଭଳି ଗ୍ୟାଙ୍ଗ୍ଷ୍ଟର୍ ଅସ୍ଲମ୍ର ଅନ୍ୟ ୩ ଏଜେଣ୍ଟଙ୍କୁ ବି ଠାବ କରିବାକୁ ଦିଲୀପଠାରୁ ସୂଚନା ଆଦାୟ କରାଯିବ ବୋଲି କୁହାଯାଇଛି।
ଏସ୍ଟିଏଫ୍ ପଞ୍ଝାରେ ମୁଙ୍ଗେର ମାଫିଆ
ବିହାର ମୁଙ୍ଗେରର କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ଅସ୍ଲମ୍ ମହମ୍ମଦର ଡାହାଣ ହାତ ତଥା ବନ୍ଧୁକ ବେପାରର ଅନ୍ୟତମ ଏଜେଣ୍ଟ ଦିଲୀପ ଶାହ(୩୭)କୁ କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ବାନ୍ଧିଛି। ତା’ ଘର ବିହାର ସମସ୍ତିପୁର ଜିଲ୍ଲା ଶାହାପୁର...
/sambad/media/media_files/2025/06/30/lbvcfghjk-2025-06-30-06-42-44.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)