ଧୁଣ୍ଡେଙ୍ଗେ ତୋ ମିଲ ଜାଏଗା

‘ଷ୍ଟ୍ରିଙ୍ଗସ’ ପକ୍ଷରୁ ଗୋଲଡେନ୍‌ ମେଲୋଡିଜ୍‌

ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ଆଜି ‘ଷ୍ଟ୍ରିଙ୍ଗସ’ ସଂଗୀତ ପ୍ରତିଷ୍ଠାନ ପକ୍ଷରୁ ଏକ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଗୋଲଡେନ ମେଲୋଡିଜ୍‌- ଧୁଣ୍ଡେଙ୍ଗେ ତୋ ମିଲ ଜାଏଗା’ ଅନୁଷ୍ଠିତ ହୋଇଯାଇଛି। ଏହି ସଂଗୀତ ପ୍ରତିଷ୍ଠାନର କଣ୍ଠଶିଳ୍ପୀ, ଶିଶୁ କଣ୍ଠଶିଳ୍ପୀ ଓ ବାଦ୍ୟଯନ୍ତ୍ର ଶିଳ୍ପୀମାନେ ୯୦ ଦଶକର ହିନ୍ଦୀ ଚଳଚ୍ଚିତ୍ରର ଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାମାନଙ୍କୁ ଭରପୂର ଆନନ୍ଦ ଦେଇଥିଲେ। ଓଡ଼ିଶାର ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀ ଏବଂ ବାଦ୍ୟଯନ୍ତ୍ର ଶିଳ୍ପୀମାନଙ୍କ ସହ ନୂଆ ନୂଆ ପ୍ରତିଭାମାନଙ୍କୁ ଗୋଟିଏ ମଞ୍ଚରେ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ଦେବାରେ ଅନୁଷ୍ଠାନର ଏହି ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ। ଭବିଷ୍ୟତରେ ନିଜକୁ ଜଣେ ପ୍ରତିଷ୍ଠିତ କଳାକାର ଭାବେ ଗଢ଼ି ତୋଳିବାକୁ ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ କହିଥିଲେ।

ଏଥିରେ ଓଡ଼ିଶା ଜୀବିକା ମିସନର ନିର୍ଦେଶକ ପ୍ରଣବଜ୍ୟୋତି ନାଥ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଆରମ୍ଭରେ ସର୍ବଭାରତୀୟସ୍ତରୀରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଇଜିଂଷ୍ଟାର୍‌ ଶଶାଙ୍କ ଶେଖରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଗୁରୁ ପ୍ରଣବ ପ୍ରଧାନ ଓ ଗୁରୁ ଆଲୋକ ପୃଷ୍ଟିଙ୍କ ତତ୍ତ୍ୱାବଧାନରେ କଣ୍ଠଶିଳ୍ପୀ ଗୌତମ ଗିରି, ଶଶାଙ୍କ, ଏମ୍‌. କୁମାର, ଦେବାଶିଷ ଚାନ୍ଦନୀ, ଅମ୍ରିତା ଭାରତୀ, ନେହାନିହାରିକା, ସନ୍ଦୀପ, ଅଭିଜିତ୍‌, ସରନ୍ୟା, ଜସ୍ମିନ୍‌, ଜୟନ୍ତ ଓ ଜିଜ୍ଞାସାଙ୍କ କଣ୍ଠରେ ଅନେକ ମନଛୁଆଁ ଗୀତ ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଏମାନଙ୍କୁ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଆଲୋକ, ପ୍ରଣବ, ସମୀର, ରଂଜନ, େଓଣ୍ଡଲ, ଉମା, ରଶ୍ମିରଂଜନ, ଶେଆ ପ୍ରଧାନ, ଅର୍ପିତା, ଶୁଭାଙ୍ଗୀ ଓ ଅନୁଷ୍କା। କମଲ କିରନ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର