ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଗାରେଡ଼ିପାଞ୍ଚଣ ଗ୍ରାମର ପ୍ରସିଦ୍ଧ ଶୈବ ମନ୍ଦିର ଶ୍ରୀଶ୍ରୀ ବୁଦ୍ଧନାଥ ମହାଦେବଙ୍କ ମନ୍ଦିର ଏବେ ଅସୁରକ୍ଷିତ ହୋଇପଡିଛି। ମନ୍ଦିର ଜଗମୋହନରେ ଫାଟ ସୃଷ୍ଟି ହୋଇଥିଲା। ପୂର୍ବରୁ ବର୍ଷା ହେଲେ ଜଗମୋହନରେ ଫାଟ ସୃଷ୍ଟି ହୋଇ ଗର୍ଭଗୃହରେ ପାଣି ଝରୁଥିବା ଅଭିଯୋଗ ହେଉଥିଲା। ଆଜି ମନ୍ଦିରରୁ ପଥର ଖଣ୍ଡ ଖସି ପଡ଼ିଛି। ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ବିପଦ ଥିବା ସ୍ପଷ୍ଟ ଅନୁମେୟ ହେଉଛି।
ସୂଚନା ଅନୁସାରେ, ୧୨ ଶହ ଶତାବ୍ଦୀରେ ରାଜା ଚୋଡ଼ଗଙ୍ଗ ଦେବ ବୁଦ୍ଧନାଥ ମନ୍ଦିର ନିର୍ମାଣ କରିଥିଲେ। ଏହି ଐତିହସମ୍ପନ୍ନ ମନ୍ଦିର ନିଖୁଣ କାରୁକାର୍ଯ୍ୟରେ ନିର୍ମିତ ହୋଇଛି। କିଛି ବର୍ଷ ପୂର୍ବରୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ମନ୍ଦିର ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନେଇଛି, ହେଲେ ମନ୍ଦିର ଏବେ ଅସୁରକ୍ଷିତ ଅବସ୍ଥାରେ ଅଛି । ଆଜି ସକାଳୁ ଗୋଟିଏ ମାଙ୍କଡ଼ ମନ୍ଦିର ମୁଖଶାଳା ଉପରକୁ ଚଢି ଯାଇଥିଲା। ହଠାତ ପଥର ଖଣ୍ଡ ଭାଙ୍ଗି ବେଢାରେ ପଡ଼ିଥିଲା। ସୌଭାଗ୍ୟବଶତଃ ଶ୍ରଦ୍ଧାଳୁ ନ ଥିଲେ। ନଚେତ ବଡ଼ ଅଘଟଣ ଘଟିଥାନ୍ତା ବୋଲି ପୂଜକ ସୁନୀଲ କୁମାର ପଣ୍ଡା କହିଛନ୍ତି।
ଶ୍ରୀଶ୍ରୀ ବୁଦ୍ଧନାଥ ମହାଦେବଙ୍କ ମନ୍ଦିରରୁ ପଥର ଖସିଲା
/sambad/media/post_attachments/wp-content/uploads/2021/01/କସ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)